Below header

ଚଳନ୍ତା କାରରେ ଲାଗିଗଲା ନିଆଁ , ମା’ ସହ ଦୁଇ ଝିଅ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : ରବିବାର ଦିନ ପୂର୍ବ ଦିଲ୍ଲୀର ଅକ୍ଷରାଧାମ ଫ୍ଳାଇଓଭର ଉପରେ ଏକ କାରରେ ନିଆଁ ଲାଗିଯିବା ଫଳରେ ଜଣେ ୩୫ ବର୍ଷିୟା ମହିଳାଙ୍କ ସହିତ ତାଙ୍କର ଦୁଇ ଝିଅ ଜୀବନ୍ତ ଦଗ୍ଧ ହୋଇଥିବା ଖବର ସାମ୍ନାକୁ ଆସିଛି । ଘଟଣାଟି ପାଖାପାଖି ସଂନ୍ଧ୍ୟା ୬ଟା୩୦ ମିନିଟ୍ ଘଟିଥିଲା ଯେତେବେଳେ କାରଟି ଅକ୍ଷରାଧାମ ମନ୍ଦିର ଆଡକୁ ଯାଉଥିଲା । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି କି ତାଙ୍କ Datsun Go କାର ର ପଛପାଖରେ ଥିବା ସିଏନଜି ଗ୍ୟାସ ଲିକ୍ ହେବା ଫଳରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ କାର ପଛରେ ବସିଥିବା ରଞ୍ଜନା ମିତ୍ରା ଏବଂ ତାଙ୍କ ଦୁଇ ଝିଅ ନିଧୀ ଏବଂ ନିକ୍କି ମୃତ୍ୟୁବରଣ କରିଥିବାବେଳେ ଆଗରେ ଗାଡି ଚଲାଉଥିବା ସ୍ବାମୀ ଉପେନ୍ଦ୍ର ମିତ୍ରା ଏବଂ ତାଙ୍କର ଆଉ ଏକ ଝିଅ କାର ବାହାରକୁ ଆସିବାରେ ସକ୍ଷମ ହୋଇଥିଲେ । ତେବେ ଘଟଣା ସମ୍ପର୍କରେ ପୋଲିସ୍ ଅଧିକ ତଦନ୍ତ ଚଲାଉଥିବାବେଳେ ଏହି ଘଟଣା କେମିତି ଓ କିପରି ଘଟିଲା ସେନେଇ କିଛି ଜାଣିନଥିବା ଶ୍ରୀ ମିତ୍ର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.