ଛେଳି ହେଲା ମେୟର, ୧୫ ପ୍ରାର୍ଥୀଙ୍କୁ ହରାଇ ଜିତିଲା ନିର୍ବାଚନ

ଆମେରିକାର ଓରମୋଣ୍ଟ କସବାରେ ମଣିଷ ନୁହେଁ ବରଂ ଗୋଟିଏ ଛେଳିକୁ ମେୟର ଭାବରେ ବଛା ଯାଇଛି। ଏହି ଛେଳି ନିର୍ବାଚନରେ ୧୫ଟି ଅନ୍ୟ ପ୍ରାର୍ଥିଙ୍କୁ ହରାଇ ଏହାକୁ ନିଜ ଅକ୍ତିଆରରେ କରିଛି। ଏଥିରେ କୁକୁର, ବିଲେଇ ସମେତ ବିଭିନ୍ନ ପ୍ରଜାତିର ପଶୁ ସାମିଲ ହୋଇଥିଲେ।

ପ୍ରାୟ ୨,୫୦୦ ଲୋକ ବାସ କରୁଥିବା ଫେୟର ହେବେନରେ କୌଣସି ଅଫିସିଆଲ ମେୟର ନଥିଲେ। କିନ୍ତୁ କସବା ପ୍ରବନ୍ଧକ ଜୋସେଫ ଗୁଣ୍ଟେର ମେୟର ଭାବରେ ସମସ୍ତ କାର‌୍ୟ୍ୟ ସମ୍ଭାଳନ୍ତି। ଫେୟର ହେବେନ ଗାଁରେ ପ୍ରମୁଖ ଅଧିକାରୀଙ୍କ ଆଶା ଯେ ତିନି ବର୍ଷର ଏହି ପଶୁର ନିର୍ବାଚନରେ ଗଣତନ୍ତ୍ର ପାଇଁ ଶିକ୍ଷା ଭାବରେ କାମ କରିପାରେ।

ଗୁଣ୍ଟେର ଯେତେବେଳେ ଏକ ଖବର କାଗଜରେ ପଢ଼ିଲେ ଯେ ମିଶିଗନର ଓମିନୋ ଗାଁରେ ଗୋଟିଏ ବିଲେଇକୁ ଶୀର୍ଷ ଅଧିକାରୀ ଭାବେ ବାଛିଛନ୍ତି। ତେବେ ତାଙ୍କୁ ଏକ ଯୋଜନା ଆସିଲା ଯେ ଖେଳ ପଡିଆ ପାଇଁ ଚାନ୍ଦା ଏକାଠି କରିବା ପାଇଁ ଏହିଭଳି ନିର୍ବାଚନର ଆୟୋଜନ ଏକ ଭଲ ଉପାୟ ଅଟେ। ଗୁଣ୍ଟେର କହନ୍ତି ଯେ ଏହି ନିର୍ବାଚନ ସ୍ଥାନୀୟ ସରକାରରେ ପିଲାମାନଙ୍କ ମନରେ ମନୋରଞ୍ଜନ କରିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.