Below header

ଦୁନିଆର ସବୁଠାରୁ ବୃଦ୍ଧା ଜୀବିତ ମହିଳା, ଗିନିଜ ବୁକ ଅଫ ୱାର୍ଲ୍ଡ କଲା ପୁରସ୍କୃତ

ଟୋକିଓ : ଜାପାନରେ ଜଣେ ମହିଳାଙ୍କୁ ଦୁନିଆର ସବୁଠାରୁ ବୃଦ୍ଧା ମହିଳା ଭାବେ ଚିହ୍ନଟ କରାଯାଇଛି। ଏନେଇ ୧୧୬ ବର୍ଷର ଜାପାନି ମହିଳାଙ୍କୁ ଶନିବାର ଦିନ ଗିନିଜ ୱାର୍ଲ୍ଡ ରେକର୍ଡ ବୁକ୍ ତରଫରୁ ସମ୍ମାନିତ ମଧ୍ୟ କରାଯାଇଛି।

ବୋର୍ଡ ଗେମ୍ ଓଥେଲ ଖେଳିବାର ସଉକ୍ ରଖୁଥିବା ସବୁଠାରୁ ବୃଦ୍ଧା ମହିଳା କେନ ତନାକାଙ୍କୁ ନସିଂହୋମରେ ଆୟୋଜିତ ହୋଇଥିବା ଏକ ସମାରୋହରେ ସମ୍ମାନିତ କରାଗଲା। ସେ ଜାପାନର ପଶ୍ଚିମରେ ଥିବା ଫୁକୁଓକା ସହରର ବାସିନ୍ଦା। ସମାରୋହରେ ତାଙ୍କ ପରିବାର ଲୋକ ମଧ୍ୟ ଉପସ୍ଥିତ ରହିଥିଲେ।

ତନାକାଙ୍କ ଜନ୍ମ ୧୯୦୩ ମସିହା ଜାନୁଆରୀ ୨ରେ ହୋଇଥିଲା। ସେ ତାଙ୍କ ମାତାପିତାଙ୍କ ସପ୍ତମ ସନ୍ତାନ ଥିଲେ। ୧୯୨୨ ମସିହାରେ ହିଦିଆ ତନାକାଙ୍କ ସହ ତାଙ୍କର ବିବାହ ହୋଇଥିଲା। ତାଙ୍କର ୪ଟି ସନ୍ତାନ। ଏହା ବାଦ୍ ସେ ଗୋଟିଏ ସନ୍ତାନକୁ ପୋଷୗ ଗ୍ରହଣ ମଧ୍ୟ କରିଛନ୍ତି। ତନାକାଙ୍କ ପୂର୍ବରୁ ଏହି ଉପାଧି ଜାପାନର ମହିଳା ଚିୟୋଓ ମିୟାକୋଙ୍କ ନାମରେ ରହିଥିଲା। ବିଗତ ବର୍ଷ ୧୧୭ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.