Below header

ଇଥିଓପିଆ ବିମାନ ଦୁର୍ଘଟଣା ପରେ ଚୀନ୍‌ ବନ୍ଦ କଲା ବୋଇଂ-୩୭୩ ମାକ୍ସ-୮ଜେଟ୍‌ର ଉଡ଼ାଣ

ବେଜିଂ : ଇଥିଓପିଆରେ ମର୍ମନ୍ତୁଦ ବିମାନ ଦୁର୍ଘଟଣାକୁ ଗୋଟିଏ ଦିନ ନପୂରୁଣୁ ଚୀନ୍‌ ତାର ଥିବା ସମସ୍ତ ବୋଇଂ-୩୭୩ ମାକ୍ସ-୮ଜେଟ୍‌ଗୁଡ଼ିକର ଉଡ଼ାଣ ବନ୍ଦ କରି ଦେଇଛି । ଗତକାଲି ଆଡିସ ଆବାବାରୁ ବାହାରିଥିବା ଏହି ବିମାନଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଡ଼ାଣର ମାତ୍ର ୬ ମିନିଟ୍‌ ଭିତରେ ଖସିପଡ଼ିଥିଲା । ଏଥିରେ ୧୪୯ ଜଣ ଯାତ୍ରୀ ଏବଂ ପାଇଲଟ୍‌ ସମେତ ୮ ଜଣ ବିମାନ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ୪ ଜଣ ଭାରତୀୟ ଯାତ୍ରୀ ମଧ୍ୟ ଥିଲେ ବୋଲି ସୂଚନା ମିଳିଛି । ଏହା ପରେ ଚୀନ୍‌ ତାର ବୋଇଂ-୩୭୩ ମାକ୍ସ-୮ଜେଟ୍‌ଗୁଡ଼ିକୁ ବନ୍ଦ କରି ଦେଇଛି । ନାଇରୋବିରୁ ବାହାରିଥିବା ଏହି ବିମାନଟି ୬ମିନିଟ୍‌ ଭିତରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।

BOING-2ଗତ ଅକଟୋବର ମାସରେ ଇଣ୍ଡୋନେସିଆରରେ ଲୟାନ୍‌ ଏୟାରଲାଇନ୍ସର ଏହି ବିମାନ ସମୁଦ୍ରରେ ଖସି ପଡ଼ି ୧୮୯ ଜଣଙ୍କର ମୃତ୍ୟୁ ଘଟିଥିଲା । ଉଭୟ ବିମାନ ଟେକ୍‌ଅଫ୍‌ ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି । ତେଣୁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚୀନ୍‌ ସରକାର ଏଭଳି ବିମାନର ଉଡ଼ାଣକୁ ରଦ୍ଦ କରିଛନ୍ତି । ଏହି ପ୍ରକାର ବିମାନ ନୂଅ କରି ଆସିଥିଲେ ମଧ୍ୟ ବେଶ୍‌ ଲୋକପ୍ରିୟ ହୋଇଛି । ତେବେ ଲଗାତର ଦୁଇଟି ବଡ଼ ଦୁର୍ଘଟଣା ଏବେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.