ସଲମାନ ଖାନଙ୍କ Being Humanର ସିଇଓ ଉପରେ ଲାଗିଲା ଯୌନ ଶୋଷଣ ଅଭିଯୋଗ

ନିକଟରେ ସଲମାନ ଖାନଙ୍କର କ୍ଲୋଥିଂ ବ୍ରାଣ୍ଡ ବିଙ୍ଗ ହ୍ୟୁମାନ ର ସିଇଓ ମନିଷ ମନ୍ଧାନାଙ୍କ ଉପରେ ମାରପିଟର ଆରୋପ ଲଗାଯାଇଛି। ଏହି ଅଭିଯୋଗ ଏଣ୍ଡ୍ରିୟା ଡିସୁଜା ନାମକ ଏକ ମହିଳା ଲଗାଇଛନ୍ତି। ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ୪ ତାରିଖରେ ଗାମଦେବୀ ପୋଲିସ ଷ୍ଟେସନରେ ଏହି ମାମଲା ରୁଜୁ କରାଯାଇଛି। ଏଣ୍ଡ୍ରିୟାଙ୍କ ଅଭିଯୋଗ ଯେ ମନିଷ ତାଙ୍କୁ ମାରପିଟ କରିଛନ୍ତି। ଏହି ମାଡ କାରଣରୁ ସେ ଗୋଟିଏ କାନରେ ଶୁଣିବା ପାଇଁ ଅସମର୍ଥ ହୋଇପଡିଛନ୍ତି।

Andriaଏଣ୍ଡ୍ରିୟା କହିଛନ୍ତି ଯେ ୨୦୧୫ ମସିହାରେ ଦୁବାଇରେ ବିଂଗ ହ୍ୟୁମାନ ଷ୍ଟୋର ଲଞ୍ଚ କାରଣରୁ ତାଙ୍କ ସାକ୍ଷାତ୍ ମନିଷଙ୍କ ସହିତ ହୋଇଥିଲା। ଅକ୍ଟୋବର ୨୦୧୫ ମସିହାରେ ଆମେ ଦୁଇ ଜଣ ସୋସିଆଲ ମିଡିଆରେ କଥାବାର୍ତ୍ତା କରିବା ଆରମ୍ଭ କରିଥିଲୁ। ୨୦୧୩ ମସିହାରୁ କାମ ପାଇଁ ମୁଁ ମୁମ୍ବାଇରୁ ଦୁବାଇ ଯାତ୍ରା କରୁଥିଲି।

ନିଶ୍ଚିତ ପଢ଼ନ୍ତୁ :ସୋନାକ୍ଷୀଙ୍କ ଗିରଫ ଉପରେ ରୋକ୍ ଲଗାଇଲା ଇଲହାବାଦ୍ ହାଇକୋର୍ଟ , ଜାଣନ୍ତୁ କାରଣ

୨୦୧୭ ମସିହାରେ ଅଗଷ୍ଟରେ ପ୍ରଥମେ ମନିଷ ମୋତେ ମାଡ ମାରିଲେ। ଏହା ପରଠାରୁ ସେ କୌଣସି ନା କୌଣସି କାରଣରୁ ମୋତେ ମାରୁଥିଲେ। ମୁଁ ବିଗ ବସ ୧୧ ଅଡିସନ ଛାଡିଲି କାରଣ ମାଡ ହେବା ପରେ ମୋ ଚେହେରା ପୂରା ସିଜି ଯାଇଥିଲା।

Mandhanaଏଣ୍ଡ୍ରିୟାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା ଯେ ସେ ୧୫ ମାସ ପରେ କାହିଁକି ଅଭିଯୋଗ କରିବାକୁ ଆସିଲେ। ଏହି ପ୍ରଶ୍ନରେ ସେ ଉତ୍ତର ଦେଇଥିଲେ ଯେ ମୁଁ ମୋ ଘା’ରେ ଯନ୍ତ୍ରଣା ପାଉଥିଲି ଏବଂ ଧିରେ ଧିରେ ମୁଁ ଏହି ଯନ୍ତ୍ରଣାରୁ ବାହାରୁଥିଲି। ମୋ ବନ୍ଧୁ ମଧ୍ୟ ମୋତେ ମନିଷ ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ମନାକରୁଥିଲା କାରଣ ସେ ଜଣେ ପାୱରଫୁଲ ମଣିଷ। କିନ୍ତୁ ବର୍ତ୍ତମାନ ପୋଲିସ ଷ୍ଟେଟମେଣ୍ଟ ରେକର୍ଡ କରି ଏଫଆଇଆର ରୁଜୁ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.