ଭୋଟର ଲିଷ୍ଟରେ ଆପଣଙ୍କ ନାମ ଅଛି କି ନାହିଁ ଏପରି କରନ୍ତୁ ଚେକ୍ ..

ନୂଆଦିଲ୍ଲୀ : ଇଲେକସନ୍ କମିଶନ(ନିର୍ବାଚନ ମଣ୍ଡଳୀ) ରବିବାର ଦିନ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ଆଗାମୀ ଏପ୍ରିଲ ୧୧ ରୁ ଆରମ୍ଭ ହୋଇ ମେ ୧୯ ପର‌୍ୟ୍ୟନ୍ତ ୨୦୧୯ ମସିହାର ନିର୍ବାଚନ ୭ ଚରଣରେ ଶେଷ ହେବ। ନିର୍ବାଚନ ପାଇଁ ବହୁ ଜରୁରୀ ରହିଥାଏ ଭୋଟର ଆଇଡି କାର୍ଡ।

ଯଦି କୌଣସି କାରଣରୁ ଆପଣଙ୍କ ପାଖରେ ଭୋଟର ଆଇଡି ନାହି, ରହୁଥିବା ଠିକଣା ବଦଳି ଯାଇଛି ଅଥବା ନୂଆ ଭୋଟର ଆଇଡି ଆପଣଙ୍କୁ ମିଳିନାହିଁ ତେବେ ଆପଣ ଭୋଟ ଦେବାରୁ ବଞ୍ଚିତ ରହି ଯାଇପାରନ୍ତି।

ଏଥିପାଇଁ ସର୍ବ ପ୍ରଥମେ ଆପଣଙ୍କ ନାମ ଭୋଟର ଲିଷ୍ଟରେ ଅଛି କି ନାହିଁ ତାହା ଜାଣିବା ଜରୁରୀ । ଆଜି ଆମେ ଆପଣଙ୍କ ନାମ ଭୋଟର ଲିଷ୍ଟରେ ଅଛି କି ନାହିଁ ତାହା ଜାଣିବାର ଉପାୟ କହିବାକୁ ଯାଉଛୁ।

voter-list

ଏପରି ଜାଣନ୍ତୁ ନିଜ ନାମ ଭୋଟର ଲିଷ୍ଟରେ ଅଛି କି ନାହିଁ :

-ସର୍ବପ୍ରଥମେ Electoralsearch.inର ୱେବସାଇଟକୁ ଯାଆନ୍ତୁ। ଏଠାରେ ଆପଣଙ୍କୁ ଦୁଇଟି ଟ୍ୟାବ ନଜର ଆସିବ। ଗୋଟିଏ ଟ୍ୟାବରେ ଆପଣ ଭୋଟର ଆଇଡି ଡିଟେର୍ଲ୍ସ ତଥା ନାମ ଏବଂ କିଛି ଜରୁରୀ ସୂଚନା ଦେଇ ସର୍ଚ୍ଚ କରିପାରିବେ। ସେହିପରି ଅନ୍ୟ ଟ୍ୟାବରେ ଆପଣଙ୍କୁ ଭୋଟର ଆଇଡି କାର୍ଡର EPIC Noକୁ ପକାଇବାକୁ ପଡିବ। ଏହାପରେ ସର୍ଚ୍ଚ କ୍ଳିକ୍ କରି ଆପଣଙ୍କ ନାମ ସେଥିରେ ରହିଛି କି ନାହିଁ ତାହା ଜାଣିପାରିବେ।

-ଏଠାରେ ଭୋଟ ଦାତାଙ୍କୁ ତାଙ୍କର ନାମ, ପିତାଙ୍କ ନାମ, ଠିକଣା, ଆଦି ଲେଖିବାକୁ ପଡିବ। ସମସ୍ତ ସୂଚନା ଦେବା ପରେ ସର୍ଚ୍ଚ କରିବାକୁ ପଡିବ।

ଆହୁରୀ ପଢ଼ନ୍ତୁ:ତାଲିକାରେ ଆପଣଙ୍କ ନାମ ନାହିଁ କି ? ଭୋଟର କାର୍ଡ ଅଛି ତ ତେବେ କିପରି ଦେବେ ଭୋଟ ଜାଣନ୍ତୁ

-ଏହାପରେ ଆପଣଙ୍କ ସମ୍ବନ୍ଧୀୟ ସମସ୍ତ ଡିଟେଲ୍ସ ଏକ ନୂଆ ଟ୍ୟାବରେ ଖୋଲି ଆସିଯିବ। ଏହାର ତଳେ ଦିଆଯାଇଥିବା ମତଦାତା ସୂଚନା ଫ୍ରିଣ୍ଟ କର ଅପସନକୁ କ୍ଳିକ୍ କରି ଆପଣ ସମସ୍ତ ସୂଚନାକୁ ପିଡିଏଫ ଫରମାଟରେ ପାଇପାରିବେ।

-ଯଦି ଆପଣ ସମସ୍ତ ସୂଚନା ଦେବାପରେ ମଧ୍ୟ ଆପଣଙ୍କ ମତଦାତା ସୂଚନା ଦେଖାଉନାହିଁ। ତେବେ ନିର୍ବାଚନ ଆୟୋଗର ଟୋଲ ଫ୍ରି ନମ୍ବର 1800111950କୁ ଫୋନ କରି ଅଭିଯୋଗ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.