Below header

ଲଣ୍ଡନ୍‌ରେ ପ୍ରବାସୀ ଭାରତୀୟଙ୍କୁ ପାକ୍‌ ସମର୍ଥିତ ଖଲିସ୍ତାନୀଙ୍କ ଆକ୍ରମଣ

ଲଣ୍ଡନ୍‌ : ବ୍ରିଟେନ୍‌ରେ ଭାରତୀୟଙ୍କ ଉପରେ ଆକ୍ରମଣ । ପାକିସ୍ତାନ ସମର୍ଥିତ ଖଲିସ୍ତାନୀ ଗୋଷ୍ଠୀର ସଦସ୍ୟମାନେ ଗତ ଶନିବାର ଦିନ ବ୍ରିଟେନ୍‌ରେ ଥିବା ପ୍ରବାସୀ ଭାରତୀୟଙ୍କୁ ଆକ୍ରମଣ କରିବା ସହିତ ଭାରତ ବିରୋଧୀ ସ୍ଲୋଗାନ୍‌ ଦେଇଥିଲେ ।
ଭାରତର ଏୟାର ଷ୍ଟ୍ରାଇକ୍‌ ଏବଂ ପୁଲଓ୍ଵାମା ବିସ୍ଫୋରଣର ସାରା ବିଶ୍ୱରେ ପ୍ରତିବାଦର ଇଏ ହେଉଛି ପ୍ରତିଫଳନ । ଏହାକୁ ନେଇ ଏହି ଖଲିସ୍ତାନୀ ସମର୍ଥକ ବିରୋଧ କରିଥିବା ଦେଖା ଯାଇଥିଲା । ଲଣ୍ଡନ୍‌ ସ୍ଥିତ ଭାରତୀୟ ଦୂତାବାସ ନିକଟରେ ଭିସା ପାଇଁ ଆସିଥିବା ପ୍ରବାସୀ ଭାରତୀୟମାନଙ୍କୁ ପ୍ରଥମେ ବିରୋଧ କରିଥିଲେ । ଭାରତୀୟମାନେ ଏହାର ପ୍ରତିବାଦ କରିବାରୁ ଖଲିସ୍ତାନୀ ସମର୍ଥକ ସେମାନଙ୍କୁ ମାରପିଟ୍‌ କରିଥିଲେ । ସମସ୍ତେ ପଗଡ଼ି ପିନ୍ଧିଥିଲେ ଏବଂ ହାତରେ ଖଲିସ୍ତାନର ପତାକା ଧରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.