ମହାନାୟକ ଅମିତାଭଙ୍କ ସହ ପ୍ରଥମ ଥର ନଜର ଆସିବେ ଇମରାନ ହାସମି

ମୁମ୍ବାଇ : ବୟସ ସହ ବଢ଼ି ଚାଲିଛି ମହାନାୟକ ଅମିତାଭ ବଚ୍ଚନଙ୍କ ସଫଳତା। ନିକଟରେ ରିଲିଜ୍ ହୋଇଥିବା ‘ବଦଳା’ ଫିଲ୍ମରେ ଦମଦାର ଚରିତ୍ରରେ ନଜର ଆସିଥିବା ଅମିତାଭ ପୁଣି ଆଉ ଏକ ଫିଲ୍ମ ପ୍ରସ୍ତୁତିରେ। ଆଗକୁ ଆସିବାକୁ ଥିବା କୋର୍ଟ ଡ୍ରାମା ଫିଲ୍ମରେ ପ୍ରଥମ ଥର ପାଇଁ ଅମିତାଭଙ୍କ ସହ ନଜର ଆସିବେ କିସିଂ ଷ୍ଟାର ଇମରାନ ହାସମି। ଫିଲ୍ମରେ ଅମିତାଭ ଜଜ୍ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି।

ଫିଲ୍ମର ନାମ ବର୍ତ୍ତମାନ ପର‌୍ୟ୍ୟନ୍ତ ନିର୍ଧାରିତ ହୋଇନଥିବା ବେଳେ ଏଥିରେ ଅମିତାଭ ଏବଂ ଇମରାନଙ୍କ ବ୍ୟତୀତ ଅନୁ କପୁର ଏବଂ ସୌରଭ ଶୁକ୍ଳାଙ୍କୁ ମଧ୍ୟ ମୁଖ୍ୟ ଭୁମିକାରେ ଦେଖିବାକୁ ମିଳିବ।ଫିଲ୍ମର ସୁଟିଂ ମେ ମାସର ଆରମ୍ଭ ହେବାକୁ ଥିବା ବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି ରୁମୀ ଜାଫରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.