Below header

ବିଜେଡିର ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ , କେନ୍ଦ୍ରର ଅବହେଳା ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ଦଳ

ଭୁବନେଶ୍ବର(କେନ୍ୟୁଜ୍) : ଆଜିଠୁ ଆରମ୍ଭ ହୋଇଛି ବିଜେଡିର ହକ୍‌ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ । ଭୁବନେଶ୍ୱର ଲୋୟର ପିଏମଜିରୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଅଭିଯାନ ଆରମ୍ଭ କରାଯାଇଛି। କେନ୍ଦ୍ରର ଅବହେଳା ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ଦଳ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ପାଇଁ ୨୦୧୪ ନିର୍ବାଚନରେ ଇସ୍ତାହାରରେ ଏଜେଣ୍ଡା କରିଥିଲା ବିଜେପି । ତାହା ଏଯାଏଁ ପୂରଣ ହୋଇନାହିଁ । ନିଯୁକ୍ତି ସୁଯୋଗ କ୍ଷେତ୍ରରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ଏହା ସହ ଅନେକ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ଦଳ । ଏନେଇ ପ୍ରତ୍ୟେକ ଗାଁରେ ସଭା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.