Below header

ଟିକଟକ୍ ଭିଡିଓ କରିବାକୁ ବାରଣ କଲେ ସ୍ବାମୀ, ଏମିତ ରିପ୍ଲାଇ ଦେଇ ସ୍ତ୍ରୀ କଲେ ଆତ୍ମହତ୍ୟା

ବର୍ତ୍ତମାନ ସମୟରେ ଛୁଆ ଠାରୁ ଆରମ୍ଭ କରି ପରିଣତ ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଏବେ ଟକଟକ୍ ମୋହରେ ପଡିଯାଇଛନ୍ତି । ଆଉ ଏଥିପାଇଁ ଟକଟକ୍ ବ୍ୟବହାର କାରୀମାନେ ଜୀବନ ଦେବାକୁ ମଧ୍ୟ ପଛାଉନାହାନ୍ତି। ଟିକିଏ ଲାଇକ ପାଇଁ ଦୁଃସାହାସିକ ଓ ଆତ୍ମଘାତି କାମ କରିବାକୁ ମଧ୍ୟ ପଛାଉନାହାନ୍ତି । କିଛି ଦିନ ତଳେ ଅର୍ଥାତ ଗୁରୁବାର ଦିନ ଶିରିଡିରୁ ଏକ ଘଟଣା ଆସିଥିଲା ଯେଉଁଠି ଜଣେ ଯୁବକ ବନ୍ଧୁକ ଧରି ଟିକଟକ୍ ଭିଡିଓ କରୁଥିବା ସମୟରେ ଗୁଳି ଫୁଟି ମୃତ୍ୟୁ ହୋଇଥିଲା। ସେହିଭଳି ତାମିଲନାଡୁରେ ଜଣେ ୨୪ ବର୍ଷୀୟା ମହିଳା ଟିକଟକ୍ ନିଶାରେ ପାଗଳ ହୋଇ ବାରମ୍ବାର ଭିଡିଓ କରୁଥିବାରୁ ସ୍ୱାମୀର ଗାଳିଶୁଣିଥିଲେ ପରେ ରାଗରେ ଆସି ଟିକଟକ୍ ରେ ନିଜ ଅନ୍ତିମ ଭିଡିଓ କରି ହ୍ୱାଟସଆପ୍ ରେ ସେୟାର୍ କରିଥିଲେ ଏବଂ ଆତ୍ମହତ୍ୟା କରିଥିଲେ ।

ଏହି ଘଟଣାଟି ତାମିଲନାଡୁର ଅରିୟାଲୁରରେ ଘଟିଛି । ପରିବାର ଲୋକଙ୍କ କହିବାନୁସାରେ ମୃତ ମହିଳା ଜଣଙ୍କୁ ଟିକଟକର ଏଭଳି ନିଶା ଲାଗିଥିଲା ଯେ ସେ ପରିବାର ଏବଂ ପିଲାଙ୍କୁ ଦେଖାରଖା କରିପାରୁନଥିଲେ । ତାଙ୍କ ସ୍ୱାମୀ ବାରମ୍ବାର ଟିକଟକ୍ ଭିଡିଓ କରିବାକୁ ନେଇ ତାଙ୍କ ସହ ପାଟିତୁଣ୍ଡ ମଧ୍ୟ କରୁଥିଲେ। ରିତିମତ ଅଭ୍ୟାସରେ ପଡିଥିବା ମହିଳା ଜଣଙ୍କ ନିଜ ସ୍ବାମୀଙ୍କ କଥାକୁ ତିଳେ ମାତ୍ର ଭ୍ରୁକ୍ଷପ କରୁନଥିଲେ। ତେବେ ଗୁରୁବାର ଦିନ ତାଙ୍କ ସ୍ବାମୀ ଟିକେ ଅଧିକ ମାତ୍ରାରେ ରାଗିଯାଇ ତାଙ୍କୁ ଫୋନରେ ଗାଳି କରିବାରୁ ମହିଳା ଜଣଙ୍କ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥିଲେ ।ଏହା ପରେ ଶେଷ ଟିକଟକ୍ ଭିଡିଓରେ ନିଜ ପିଲାମାନଙ୍କ ଧ୍ୟାନ ରଖିବାକୁ ସେ ସ୍ୱାମୀଙ୍କୁ କହି ବିଷ ପିଇ ଦେଇଥିଲେ। ସେହି ମହିଳାଙ୍କ ସ୍ବାମୀ ସିଙ୍ଗାପୁରରେ ବ୍ୟବସାୟ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.