ଶ୍ୱାସରୁଦ୍ଧ ହୋଇ ୭ ଜଣଙ୍କର ମୃତ୍ୟୁ। ପାଇଖାନା ଟାଙ୍କି ସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୭ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ଏହିଭଳି ଏକ ଅଭାବନୀୟ ଘଟଣା ଗୁଜରାଟର ଭଦୋଦରା ସ୍ଥିତ ସିଓ୍ୱେର ହୋଟେଲରେ ଘଟିଛି। ଆଜି ସକାଳେ ଭଦୋଦରାର ଦଭୋଇ ତହସିଲ ଅଧୀନରେ ଥିବା ଫର୍ତ୍ତିକୁଇ ଗାଁରେ ଥିବା ସିଓ୍ୱେର ହୋଟେଲର ପାଇଖାନା ଟାଙ୍କି ସଫା ହେଉଥିଲା। କର୍ମଚାରୀମାନେ ଟାଙ୍କି ସଫା କରୁଥିବା ବେଳେ ଭିତରେ ଥିବା ବିଷାକ୍ତ ଗ୍ୟାସ ପ୍ରଭାବରେ ଆସିଥିଲେ।
ଯେଉଁକାରଣରୁ ଅମ୍ଳଜାନ ଅଭାବରୁ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୪ ଜଣ ସଫେଇ କର୍ମଚାରୀ ରହିଥିବାବେଳେ ୩ ଜଣ ହୋଟେଲ କର୍ମଚାରୀ ଥିଲେ। ଟାଙ୍କି ଭିତରେ ଅଣନିଶ୍ୱାସୀ ହେବା ପରେ ଜଣେ ଟାଙ୍କି ବାହାରକୁ ବାହାରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ସେ ବିଫଳ ହେବା ପରେ ଅନ୍ୟମାନେ ଆଉ ଟାଙ୍କି ଭିତରୁ ବାହାରି ପାରିନଥିଲେ। ତେବେ ପୋଲିସ ଏହାର ତଦନ୍ତ ଚଳାଇଛି।