Below header

କରୋନାକୁ ମାତ ଦେଇ ଡ୍ୟୁଟିକୁ ଫେରିଲେ ମହିଳା କନଷ୍ଟେବଳ, ଥାନାରେ ଫୁଲ ବର୍ଷା କରି ଭବ୍ୟ ସ୍ୱାଗତ ଜଣାଇଲେ ସହକର୍ମୀ

ସୋସିଆଲ ମିଡିଆରେ ଜଣେ ମହିଳା କନଷ୍ଟେବଳଙ୍କୁ ଭବ୍ୟ ସ୍ୱାଗତ କରାଯାଉଥିବାର ଭିଡ଼ିଓ ଖୁବ ଭାଇରଲ ହେଉଛି। ଦିଲ୍ଲୀ ପୋଲିସର ଏହି ମହିଳା କନଷ୍ଟେବଳଙ୍କ ନାଁ ‘ଆରତି’। କିଛି ଦିନ ତଳେ ସେ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ। ଏବେ ଏଥିରୁ ମୁକ୍ତ ହୋଇ ପୁଣିଥରେ ଡ୍ୟୁଟିକୁ ଫେରିଛନ୍ତି।

କହି ରଖୁଛୁ, ଆରତି ଦିଲ୍ଲୀର ବାଡ଼ା ହିନ୍ଦୁରାବ ଥାନାରେ କନଷ୍ଟେବଳ ଅଛନ୍ତି। ଯେତେବେଳେ ସେ କରୋନାକୁ ମାତ ଦେଇ ନିଜ ଡ୍ୟୁଟିକୁ ଫେରିଥିଲେ, ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଥାନାରେ ଉପସ୍ଥିତ ସମସ୍ତ ପୋଲିସ କର୍ମୀ ତାଙ୍କ ଉପରକୁ ଫୁଲ ବର୍ଷା କରି ଏବଂ ମାଳା ପିନ୍ଧାଇ ତାଙ୍କୁ ସ୍ବାଗତ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.