ବାତ୍ୟା ମୁକାବିଲା ପାଇଁ ସଜାଗ ଭଦ୍ରକ ଜିଲ୍ଲା ପ୍ରଶାସନ, ଜିଲ୍ଲାରେ ସମସ୍ତ ହୋର୍ଡିଂ ଖୋଲିବା ପାଇଁ ଦେଲା ନିର୍ଦ୍ଦେଶ

କେନ୍ୟୁଜ୍ (ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସଜାଗ ଓଡିଶା ପ୍ରଶାସନ। ତନ ତନ କରି ନଜର ରଖାଯାଇଛି ବାତ୍ୟା ‘ଅମ୍ଫାନ’ ଉପରେ। ଏବେ ସମୁଦ୍ର ମଧ୍ୟରେ ଭୟଙ୍କର ରୂପ ଧାରଣ କରି ସ୍ଥଳ ଭାଗ ଆଡକୁ ମାଡି ଆସୁଛି ଏହି ସାମୁଦ୍ରିକ ଝଡ । ବଙ୍ଗୋପ ସାଗର ମଧ୍ୟରେ ଏବେ ଏହା ଉତ୍ତର ଉତ୍ତର ପୂର୍ବ ଦିଗରେ ଅଗ୍ରସର ହେଉଥିବା ବେଳେ ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ ସୀମାନ୍ତରେ ଏହା ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି ବୋଲି  ପାଣିପାଗ ବିଭାଗ କହିଛି। ଏହା ସହିତ  ପାଣିପାଗ ବିଭାଗ କହିଛି  ଓଡିଶା ଉପରେ ଏହି ଅମ୍ଫାନର ପ୍ରଭାବ ରହିବ । ପଶ୍ଚିମବଙ୍ଗର ଦୀଘାରୁ ବଙ୍ଗଳାଦେଶର ହାତିଆ ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିପାରେ ବୋଲି ଆକଳନ କରାଯାଇଛି।

ତେବେ ୧୮ ତାରିଖରୁ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ୨୦ ତାରିଖରେ ପ୍ରବଳ ବର୍ଷା ସହ ପବନ ବହିବ ।
ଏଥିପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ସମସ୍ତ ହୋର୍ଡିଂ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛି । ପ୍ରବଳ ପବନ ବହିବା ସମୟରେ ହୋର୍ଡିଂ ଯେପରି କାହାର କିଛି କ୍ଷତି କରି ନପାରେ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚାସ୍ଥାନ ଓ ଛାତ ଉପରେ ଥିବା ସମସ୍ତ ହୋର୍ଡିଂ ଖୋଲିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ସମସ୍ତ ବିଡିଓ ଓ ସ୍ଥାନୀୟ ପ୍ରଶାସନକୁ ଏ ବିଷୟରେ ଅବଗତ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.