ନିଜ ଛୁଆକୁ ଗଛ ଉପରେ ଚଢ଼ାଇବା ଶିଖାଉଥିଲା ମା’ ଭାଲୁ, ତା’ ପରେ କ’ଣ ହେଲା ଦେଖନ୍ତୁ Viral Video

ଏକ ଭାଲୁ ତା’ ଛୁଆକୁ ଗଛ ଉପରେ ଚଢ଼ାଇବା ଶିଖାଉଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ, ପ୍ରଥମେ ମା’ ଭାଲୁ ଗଛ ଉପରେ ଚଢୁଛି। ଏହାକୁ ଗଛ ତଳେ ଛିଡା ହୋଇଥିବା ତା’ ଛୁଆ ଧ୍ୟାନର ସହ ଦେଖୁଛି। କିଛି ସମୟ ପରେ ମା’ ଭାଲୁ ତଳକୁ ଆସିବାକୁ ଚେଷ୍ଟା କରୁଛି ଏବଂ ନିଜ ଛୁଆ ମୁଣ୍ଡ ଉପରେ ପଡିବାଠୁ ନିଜକୁ ବଞ୍ଚେଇବାକୁ ଉଦ୍ୟମ କରୁଛି।

ଏହି ଭିଡ଼ିଓକୁ ଇଣ୍ଡିଆନ ଫରେଷ୍ଟ ଅଫିସର ସୁଧା ରୋମେନ ନିଜ ଟୁଇଟର ହ୍ୟାଣ୍ଡେଲରୁ ସେୟାର କରିଛନ୍ତି। ଏହାସହିତ ସେ କ୍ୟାପସନ ଲେଖିଛନ୍ତି, ‘ଭାଲୁ ନିଜ ଛୁଆକୁ ଗଛ ଉପରେ ଚଢ଼େଇବା ଶିଖାଉଛି। ଆପଣ ଏହି ପ୍ରକାର ଦୃଶ୍ୟ ନୀଳଗିରି ପାହାଡ଼ ଉପରେ ଆରାମରେ ଦେଖିପାରିବେ’।

କହି ରଖୁଛୁ, ମାତ୍ର କିଛି ଘଣ୍ଟା ଭିତରେ ଏହି ଭିଡ଼ିଓ ଏତେ ଭାଇରଲ ହୋଇଯାଇଥିଲା ଯେ ଲୋକେ ବିଭିନ୍ନ ପ୍ରକାର କମେଣ୍ଟ ଦେବାରେ ଲାଗିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଏହା ଖୁବ ସୁନ୍ଦର ଭିଡ଼ିଓ’। ଆଉ ଜଣେ ଲେଖିଥିଲେ, ‘ଜଣେ ମା’ ତା’ ପିଲାକୁ ସବୁ ପ୍ରକାର ସାହାଯ୍ୟ କରିଥାଏ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.