ଆଲିଆ ଭଟ୍ଟ ଘରେ ହିଁ କାଟିଦେଲେ ନିଜ ଚୁଟି, ଫଟୋ ପୋଷ୍ଟ କରି କହିଲେ, ‘୬୦ ଦିନ ପରେ…’

ଲକଡାଉନ ଭିତରେ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସେ ମିରର ସେଲ୍ଫି ନେଉଥିବାର ନଜର ଆସୁଛନ୍ତି। ଫଟୋରେ ତାଙ୍କ ଚୁଟି ମଧ୍ୟ କଟା ହୋଇଥିବା ଦେଖିବାକୁ ମିଳୁଛି। ଆଲିଆଙ୍କ ଏହି ଫଟୋକୁ ଲୋକେ ଖୁବ ପସନ୍ଦ କରିଥିବା ବେଳେ ଏଥିରେ ବିଭିନ୍ନ କମେଣ୍ଟ ମଧ୍ୟ ଦେଇଛନ୍ତି।

ଆଲିଆ ନିଜ ଫଟୋ ସେୟାର କରି କ୍ୟାପସନ ଲେଖିଛନ୍ତି, ’60 ଦିନ ପରେ ଷ୍ଟ୍ରଙ୍ଗ, ଫିଟ ଏବଂ ବପର୍ସରେ ମୁଁ ବଢିଆ ହୋଇଯାଇଛି। ଦଉଡ଼ି ଡେଇଁବାରେ ଆହୁରି ଅଧିକ ଭଲ ହୋଇଯାଇଛି। ପୁସ ଆପରେ ଅଧିକରୁ ଅଧିକ ଭଲ ହୋଇଯାଇଛି। ରନିଂ ପାଇଁ ଜୋଶ, ଠିକ ଖାଇବା ପାଇଁ ସୁପର ଜୋଶ ଏବଂ ଆଗାମୀ ଚ୍ୟାଲେଞ୍ଜ ମିଳିବାକୁ ଅପେକ୍ଷା କରିଛି’। ନିଜ ଚୁଟି କାଟିବା ଉପରେ ଆଲିଆ ଲେଖିଛନ୍ତି, ‘ହଁ, ମୁଁ ମୋ ଚୁଟିକୁ ଘରେ ହିଁ କାଟିଛି’। ଆଲିଆଙ୍କ ଏହି ଫଟୋ ଇଣ୍ଟରନେଟରେ ପୂରା ଛାଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.