Below header

କେବୁଲ ଫାଟି ଅଧାରୁ ଅଟକିଗଲା ଲିଫ୍ଟ, ହୃଦ୍‌ଘାତରେ ଚାଲିଗଲା ମହିଳାଙ୍କ ଜୀବନ

ନୋଏଡାସ୍ଥିତ ସେକ୍ଟର ୧୩୭ ରେ ଥିବାଏକ ହାଉସିଂ କମ୍ପ୍ଲେକ୍ସରେ ଘଟିଛି ଅଘଟଣ । ଲିଫ୍ଟର କେବୁଲ ଫାଟିଯିବା ଫଳରେ ଭୟବିତ ହୋଇ ଚାଲିଯାଇଛି ଜଣେ ମହିଳାଙ୍କ ଜୀବନ । ସୂଚନା ମୁତାବକ, ଗତକାଲି ଅର୍ଥାତ୍ ଗୁରୁବାର ଦିନ ୭୩ ବର୍ଷ ବୟସ୍କା ଜଣେ ମହିଳାଙ୍କର ଲିଫ୍ଟ ଭିତରେ ହୃଦଘାତରେ ମୃତ୍ୟୁ ଘଟିଛି ।

ଆପଣ ଜାଣିଥିବେ ଏବେ ଅନେକ ସମୟରେ ଲୋକେ ଲିଫ୍ଟରେ ଯିବା ଆସିବା କରିବାକୁ ଭୟ କରିଥାନ୍ତି । ଅନେକ ଲୋକ ଅଛନ୍ତି ଯେଉଁମାନେ ଲିଫ୍ଟ ସୁବିଧା ଥିଲେ ସୁଦ୍ଧା ପାହାଚରେ ଚଢ଼ି ଯିବାକୁ ପସନ୍ଦ କରିଥାନ୍ତି । କାରଣ ସେମାନଙ୍କ ମନରେ ଭୟ ଥାଏ, କାଳେ ଲିପ୍ଟ ଅଧାରୁ ଅଟକି ଯିବକି? କାଳେ ଲିଫ୍ଟରେ ଥିବା ବେଳେ ଲାଇନ୍‌ କଟିଯିବକ କି? କାଳେ ଉପରୁ ତଳକୁ ହଠାତ୍ ଖସି ପଡ଼ିବ କି ? ଏଭଳି ବିଭିନ୍ନ ନକରାତ୍ମକ ଚିନ୍ତାଧାର ମନକୁ ଆସିଥାଏ । ଲିଫ୍ଟକୁ ଭୟ କରୁଥିବା ଲୋକ ଯେତେ ବଡ ବଡ କୋଠା ହେଲେ ବି ସବୁବେଳେ ପାହାଚରେ ଯିବା ଆସିବା କରିଥାନ୍ତି ।

ତେବେ ଆଜିକାଲି ଯୁଆଡେ ଦେଖିବା ସିଆଡେ ବଡ ବଡ କୋଠା । ସେ ଆପାର୍ଟମେଣ୍ଟ ହେଉ କି, ଅଫିସ୍ । ତେଣୁ ସବୁ କୋଠାରେ ଲିଫ୍ଟ ବ୍ୟବସ୍ଥା କରାଯାଇଥାଏ । ତିନି, ଚାରି, ମହଲା କି ତାଠାରୁ ଅଧିକ ହେଇଗଲେ ଗୋଟେ ସାଧାରଣ ଲୋକଟିକେ ଯିବାକୁ ଟିକେ କଷ୍ଟ ଲାଗିଥାଏ ନିଶ୍ଚିତ । ତେଣୁ ଏସବୁ କ୍ଷେତ୍ରରେ ସବୁବେଳେ ପାହାଚରେ ଯିବା ସମ୍ଭବ ହୋଇନଥାଏ । ତେଣୁ ଲିଫ୍ଟ ଉପରେ ହିଁ ନିର୍ଭର କରିଥାଏ । ତେବେ ଆଜି ଏହି ଲିପ୍ଟ କଥା କହିବାର କାରଣ ପଛରେ ରହିଛି ଏକ ଛାତିଥରା ଘଟଣା । ଯାହାକୁ ଶୁଣିବା ପରେ ଆପଣ ବି ଲିଫ୍ଟରେ ଯିବା ଆସିବା କରିବାକୁ ଭୟ କରିବେ ।

ନୋଏଡାସ୍ଥିତ ସେକ୍ଟର ୧୩୭ ରେ ଥିବାଏକ ହାଉସିଂ କମ୍ପ୍ଲେକ୍ସରେ ଘଟିଛି ଅଘଟଣ । ଲିଫ୍ଟର କେବୁଲ ଫାଟିଯିବା ଫଳରେ ଭୟବିତ ହୋଇ ଚାଲିଯାଇଛି ଜଣେ ମହିଳାଙ୍କ ଜୀବନ । ସୂଚନା ମୁତାବକ, ଗତକାଲି ଅର୍ଥାତ୍ ଗୁରୁବାର ଦିନ ୭୩ ବର୍ଷ ବୟସ୍କା ଜଣେ ମହିଳାଙ୍କର ଲିଫ୍ଟ ଭିତରେ ହୃଦଘାତରେ ମୃତ୍ୟୁ ଘଟିଛି । ସ୍ଥାନୀୟ ପୋଲିସ୍ ଅଧିକାରୀ କହିଛନ୍ତି ଯେ, ମହିଳା ଜଣଙ୍କ ଲିଫ୍ଟରେ ଏକା ଆସୁଥିଲେ । ଠିକ୍ ସେହି ସମୟରେ ହଠାତ୍ ଲିଫ୍ଟର କେବୁଲ ଫାଟିଯାଥିଲା । ଯାହା ଫଳରେ ଲିଫ୍ଟଟି ଖସିପଡିଥିଲା । କିନ୍ତୁ ତାହା ଭୂମି ଉପରେ ପଡ଼ିବା ପୂର୍ବରୁ ତାକୁ ବିଲଡିଂର ଅଧା ମହଲାରେ ଅଟକାଇ ଦିଆଯାଇଥିଲା । କିନ୍ତୁ ଭିତରେ ଥିବା ବୟସ୍କା ମହିଳା ଭୟବିତ ହୋଇଯାଇଥିଲେ ।

Video Courtesy: Press Trust of India

ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ କହିବା ଅନୁଯାୟୀ ମହିଳାଙ୍କର ମୁଣ୍ଡର, ପିଠିରେ, କାନ୍ଧରେ ଗଭୀର ଆଘାତ ଲାଗିଥିଲା । ଯାହା ଲିଫ୍ଟରେ ଘଟିଥିବା ଦୁର୍ଘଟଣା କାରଣରୁ ହିଁ ହୋଇଥିଲା। ଯେଉଁଥି ପାଇଁ ଭୟରେ ତାଙ୍କର ହୃଦ୍‌ଘାତ ହୋଇଥାଇପାରେ।

ଏହି ଘଟଣା ପରେ, ଯେଉଁଠାରେ ଦୁର୍ଘଟଣା ଘଟିଥିଲା ​​ସେହି ହାଉସିଂ କମ୍ପ୍ଲେକ୍ସର ଶତାଧିକ ବାସିନ୍ଦା ଏକତ୍ରିତ ହୋଇ ଏହି ଘଟଣାକୁ ବିରୋଧ କରିବା ସହିତ ଲିଫ୍ଟର ରକ୍ଷଣାବେକ୍ଷଣ ତଥା ପରିଚାଳନାକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ପରିସ୍ଥିତିକୁ ସୁଧାରିବା ପାଇଁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା। ଅପରପକ୍ଷେ ଏହି ଘଟଣାର ପ୍ରକୃତ କାରଣ ଜାଣିବା ଏବଂ ଭବିଷ୍ୟତରେ ଏପରି ଘଟଣା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଅଧିକାରୀମାନେ ବର୍ତ୍ତମାନ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି। ଏହି ଘଟଣା ସମସ୍ତଙ୍କୁ ଚକିତ କରିବା ସହିତ ଦୁଃଖ ଦେଇଛି । ତେବେ ବଡ ବଡ କଠୋର ସୁରକ୍ଷା ବ୍ୟବସ୍ଥା ଏବଂ ଏଠାରେ ଥିବା ଲିଫ୍ଟଗୁଡିକର ନିୟମିତ ରକ୍ଷଣାବେକ୍ଷଣର ଆବଶ୍ୟକତା ଉପରେ ନିହାତୀ ଗୁରୁତ୍ୱ ଦେବା ଆବଶ୍ୟକ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.