ଗଞ୍ଜାମ: ସାପ କାମୁଡାରେ ୨ ମୃତ

ଥମୁନି ସାପ କାମୁଡା ଜନିତ ମୃତ୍ୟୁ । ପୁଣି ସାପ କାମୁଡାରେ ଚାଲିଗଲା ଦୁଇଜଣଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଗଞ୍ଜାମ (କେନ୍ୟୁଜ): ଥମୁନି ସାପ କାମୁଡା ଜନିତ ମୃତ୍ୟୁ । ପୁଣି ସାପ କାମୁଡାରେ ଚାଲିଗଲା ଦୁଇଜଣଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଡେଲିଙ୍ଗିପଦର ଗାଁର ମୋହନ ମଲ୍ଲିକ ଓ ଜଡାଘାଟଶୁଣୀ ଗାଁର ପ୍ରେମଲତା ପାଣିଗ୍ରାହୀ ।

ମୋହନ କାମ ସାରି ଘରକୁ ଫେରିବା ବେଳକୁ ଘର ନିକଟରେ ଏକ ବିଷଧର ସାପ କାମୁଡିଥିଲା । ଫଳରେ ମୋହନ ଗୁରୁତର ହୋଇପଡିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିଭଳି ପ୍ରେମଲତା ଘରେ ଶୋଇଥିବା ବେଳେ ସାପ କାମୁଡିଥିଲା । ଗୁରୁତର ଅବସ୍ଥାରେ ତାଙ୍କର ମଧ୍ୟ ଭଞ୍ଜନଗର ମେଡିକାଲରେ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.