Below header

ଏଠି ଶହ ଶହ ସଂଖ୍ୟାରେ ପଥର କାରିଗର, ହେଲେ ସମସ୍ୟା ବଢିବାରୁ ଏବେ ଦୁଃଖରେ କଟୁଛି ଦିନ

କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଗ୍ରାମର ଜନ ସଂଖ୍ୟା ୩ ହଜାର ରୁ ଊର୍ଦ୍ଧ୍ଵ ହେବ । ହେଲେ ପଥର କାରିଗରଙ୍କ ସଂଖ୍ୟା 80 ଭାଗ । କାହିଁ କେଉଁ କାଳରୁ ପ୍ରାଚୀନ ବୌଦ୍ଧ ବିହାର କୁ ଲାଗିଥିବା ଲଳିତଗିରି ଗ୍ରାମର ଅଧିକାଂଶ ପରିବାରରେ ପଥର କାର୍ଯ୍ୟକୁ ନିଜର କୌଳିକ ବୃତ୍ତି ଭାବରେ ଧରି ରଖିଛନ୍ତି । ପଥର ବାହାରୁଥିବା ପାହାଡ଼ ସବୁରୁ ଖୋଳା କାର୍ଯ୍ୟ ବନ୍ଦ କରିଦେଇଥିବାରୁ ଏହି ଲଳିତଗିରି କାରିଗରଙ୍କ ପାଇଁ ଏବେ ସମସ୍ୟା ବଢିଛି ।

ମାହାଙ୍ଗା(କେନ୍ୟୁଜ୍): ଜଣେ କାରିଗର କେତେ ଶ୍ରମ ଦେଇ ର୍ନିଜୀବ ବସ୍ତୁକୁ ଦେଇଥାଏ ଜୀବନ । ଏଥିପାଇଁ ଟିକେ ସ୍ୱୀକୃତି ଓ ପ୍ରଶଂସା ମିଳିଲେ କାରିଗରକୁ ଆତ୍ମତୃପ୍ତି ମିଳେ । ବଡ ବଡ କାରୁକାର୍ଯ୍ୟକରି କିଏ ଅନେକ ପ୍ରଶଂସା ସାଉଣ୍ଟି ଥାଏ ତ କିଏ କ୍ଷୁଦ୍ର ରୁ କ୍ଷୁଦ୍ରତମ ମୂର୍ତି ତିଆରି କରି ଚର୍ଚ୍ଚାରେ ଥାଏ । ତେବେ କିନ୍ତୁ ଏହି ନିହାଣ ମୁନରେ ସକାଳୁ ରାତି ପର୍ଯ୍ୟନ୍ତ ପଥରକୁ ଖୋଳି ଜୀବନ୍ତ ରୂପ ଦେଉଥିବା ପଥର କାରିଗର ଆଜି ଦୁଃଖରେ।

କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଲଳିତଗିରି ଗ୍ରାମର ଜନ ସଂଖ୍ୟା ୩ ହଜାର ରୁ ଊର୍ଦ୍ଧ୍ଵ ହେବ । ହେଲେ ପଥର କାରିଗରଙ୍କ ସଂଖ୍ୟା 80 ଭାଗ । କାହିଁ କେଉଁ କାଳରୁ ପ୍ରାଚୀନ ବୌଦ୍ଧ ବିହାର କୁ ଲାଗିଥିବା ଲଳିତଗିରି ଗ୍ରାମର ଅଧିକାଂଶ ପରିବାରରେ ପଥର କାର୍ଯ୍ୟକୁ ନିଜର କୌଳିକ ବୃତ୍ତି ଭାବରେ ଧରି ରଖିଛନ୍ତି । ଦୁଃଖ ଆଉ ପରିତାପର ବିଷୟ ପୂର୍ବରୁ ସେମାନେ ନିକଟ ପାହାଡ ରୁ ପଥର ଆଣି ପଥରରେ ବହୁ ପ୍ରକାର ଦେବାଦେବୀ ଠାରୁ ଆରମ୍ଭ କରି ଚକି ଶିଳ ,ପ୍ରତିମୂର୍ତ୍ତି ଏବଂ ବିଭିନ୍ନ ମଡେଲ ସବୁ ନିର୍ମାଣ କରୁଥିଲେ । ହେଲେ ଏବେ ସରକାର ପଥର ବାହାରୁଥିବା ପାହାଡ଼ ସବୁରୁ ଖୋଳା କାର୍ଯ୍ୟ ବନ୍ଦ କରିଦେଇଥିବାରୁ ଏହି ଲଳିତଗିରି କାରିଗରଙ୍କ ପାଇଁ ସମସ୍ୟା ହେଉଛି ।

stone

ଏପଟେ କୌଳିକ ବୃତ୍ତିରେ ସମସ୍ୟା ସୃଷ୍ଟି ହେବାରୁ ନିଜ ପରିବାର ଚଳାଇବା ଏକ ପ୍ରକାରର କଷ୍ଟକର ହୋଇପଡିଛି ଏହି କାରିଗରଙ୍କ ପାଇଁ । ଯାହାଫଳରେ ଲଳିତଗିରିର ଅନେକ କାରିଗର ନିଜ ଅଞ୍ଚଳ ଛାଡ଼ି ଏବେ ରାଜ୍ୟ ବାହାରେ ଯାଇ ଦାଦନ ଖଟୁଛନ୍ତି । ଏହାରି ଭିତରେ ମଧ୍ୟ କିଛି କାରିଗର ଗାଁ ରେ ରହି ତାପଙ୍ଗ, ଖିଚିଙ୍ଗ, ଖଡ଼ି,ବୈଂସିପାଳ, ମାର୍ବଲ, ମୁଗୁନି ଆଦି ପଥର ଖୋର୍ଦ୍ଧା, ମୟୂରଭଞ୍ଜ ଆଦି ସ୍ଥାନରୁ ପଥର ଆଣି କାମ କରୁଛନ୍ତି । ହେଲେ ୧ ଟଙ୍କା ଜାଗାରେ ୨ ଟଙ୍କା ଖର୍ଚ୍ଚ ଅଧିକ ପଡୁଛି । ଯାହାଫଳରେ ପାରିଶ୍ରମିକ ବାବଦକୁ ଅଧିକ ଦୁଇ ପଇସା ମିଳିପାରୁନାହିଁ ।

ବିଶେଷ କରି ଓଡ଼ିଶାରେ କୋଣାର୍କ,ପୁରୀ, ଲିଙ୍ଗରାଜ ଭଳି ବହୁ ପ୍ରାଚୀନ ମନ୍ଦିରକୁ ଏହି ଲଳିତଗିରିର କାରିଗର ମାନେ କାମ କରି ବେଶ ପ୍ରଶଂସା ସାଉଁଟିଛନ୍ତି । ଏପରିକି ଗତ କିଛି ଦିନ ତଳେ ଏହି ଲଳିତଗିରି ଗ୍ରାମର ହୃଷିକେଶ ମହାରଣାଙ୍କ କଳାକୃତି ସଂସଦ ଭବନରେ ସ୍ଥାନ ପାଇଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ତେବେ ସରକାର ଯଦି ସବୁ ପ୍ରକାରର ପଥର ସୁବିଧାରେ ଯୋଗାଇ ଦିଅନ୍ତେ ତାହାଲେ ଏହି ପଥର କାରିଗର ମାନେ ଆଗକୁ ନିଜର ବୃତ୍ତିକୁ ବଞ୍ଚାଇବା ସହିତ ସାରା ଦେଶ ଓ ବିଦେଶରେ ଏମାନଙ୍କ ନିହାଣ ମୁନରେ ର୍ନିମାଣ ପଥର ମୂର୍ତ୍ତିର ପ୍ରଚାର ପ୍ରସାର ହୋଇପାରନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.