‘ଓଃ ମାଇଁ ଗଡ ୨’ର ପ୍ରଥମ ଟ୍ରେଲର ରିଲିଜ, ଅଗଷ୍ଟ ୧୧ରେ ବଡ ପରଦାରେ ଦେଖିବେ ଦର୍ଶକ

ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ଓଃ ମାଇଁ ଗଡ ୨’ ରିଲିଜକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ଚାଲିଛି । ତେବେ ଏହି ଫିଲ୍ମକୁ ନେଇ ରିଭ୍ୟୁ କମିଟି ସେନ୍ସର ବୋର୍ଡ ବି ବସାଇଥିଲା । ତେବେ ସେନ୍ସର ବୋର୍ଡ ଏହାକୁ ଏ ସାର୍ଟିଫିକେଟ ଦେବା ପରେ ଗତକାଲି ଏହାର ଟ୍ରେଲର ରିଲିଜ ହୋଇଯାଇଛି ।

ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ଓଃ ମାଇଁ ଗଡ ୨’ ରିଲିଜକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ଚାଲିଛି । ତେବେ ଏହି ଫିଲ୍ମକୁ ନେଇ ରିଭ୍ୟୁ କମିଟି ସେନ୍ସର ବୋର୍ଡ ବି ବସାଇଥିଲା । ତେବେ ସେନ୍ସର ବୋର୍ଡ ଏହାକୁ ଏ ସାର୍ଟିଫିକେଟ ଦେବା ପରେ ଗତକାଲି ଏହାର ଟ୍ରେଲର ରିଲିଜ ହୋଇଯାଇଛି । ଟ୍ରେଲରରେ ଦେଖିବା ପାଇଁ ମିଳିଛି ‘ଓଃ ମାଇଁ ଗଡ ୨’ ଫିଲ୍ମଟି  ଭକ୍ତଙ୍କ ବିଶ୍ୱସା ଉପରେ ଆଧାରିତ ହୋଇଛି । ଏହି ଫିଲ୍ମରେ ଅକ୍ଷୟ କୁମାର ଓ ପଙ୍କଜ ତ୍ରୀପାଠିଙ୍କ ଯୋଡି ଧମାଲ କରିଛି । ଯାହା ଏହି ଟ୍ରେଲର ମାଧ୍ୟମରେ ଦେଖିବା ପାଇଁ ମିଳିଛି ।

‘ଓଃ ମାଇଁ ଗଡ ୨’ ର ଜବରଦସ୍ତ ଟ୍ରେଲରରେ ଅକ୍ଷୟ କୁମାର ଶିବ ଅବତାର ନଜର ଆସିଛନ୍ତି । ସେହିପରି ପଙ୍କଜ ତ୍ରୀପାଠି ଭକ୍ତ ଶରଣ ମୁଦଗଲର ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ଶରଣ ମୁଦଗଲଙ୍କ ଭଗବାନଙ୍କ ଉପରେ ବିଶ୍ୱାସକୁ ଦେଖି ଫ୍ୟାନ୍ସ ଏହାକୁ ବହୁତ ପସନ୍ଦ କରିଛନ୍ତି । ଏହି ଫିଲ୍ମରେ ୟାମି ଗୌତମ ଓକିଲ ଭୂମିକାରେ ନଜର ଆସିଛନ୍ତି ।

ଦେଶର ଶିକ୍ଷାବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଯାଇଥିବା ନେଇ ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଛି । ହେଲେ ପୁରା ଫିଲ୍ମ ଆସିବା ପରେ ଏହା ଜଣା ପଡିବ କି ‘ଓଃ ମାଇଁ ଗଡ ୨’ ଷ୍ଟୋରୀଟି କଣ? ଟ୍ରେଲରର ଆରମ୍ଭରେ ଭଗବାନ ଶିବଙ୍କ ପ୍ରତିଛବି ଦେଖିବା ପାଇଁ ମିଳିଥିବା ବେଳେ ଏକ ସ୍ୱର ଶୁଣିବା ପାଇଁ ମିଳିଛି । ଯେଉଁଥିରେ ଭଗବାନ ଶିବ ତାଙ୍କ ବାହାନ ନନ୍ଦିଙ୍କୁ କହିଛନ୍ତି , ଯେ ତାଙ୍କ ଭକ୍ତ ବିପଦରେ ଅଛନ୍ତି ତାଙ୍କୁ ଉଦ୍ଧାର କରିବା ପାଇଁ ଶିବସେନାଙ୍କୁ ନେଇକି ଯାଅ ଏବଂ ତାଙ୍କୁ ଉଦ୍ଧାର କର।

ଏହା ପରେ କୋର୍ଟ ରୁମର କିଛି ସିନ୍‌ ଦେଖିବା ପାଇଁ ମିଳିଛି । ଏହା ସହ ପଙ୍କଜ ତ୍ରୀପାଠି ବା ଶରଣ ମୁଦଗଲ ଓ ତାଙ୍କ ପରିବାର ଶିବଙ୍କ ଭକ୍ତି କରୁଥିବାର ନଜର ଆସିଛନ୍ତି । ଟ୍ରେଲରରେ ଏହା ମଧ୍ୟ ଦେଖିବା ପାଇଁ ମିଳିଛି ଯେ ଶରଣ ମୁଦଗଲଙ୍କ ପୁଅ ସହ ଏମିତି କିଛି ହେଉଛି, ଯାହା ପାଇଁ ସେ ଦେଶର ଶିକ୍ଷା ବ୍ୟବସ୍ଥାକୁ ନେଇ କୋର୍ଟକୁ ଯାଇଛନ୍ତି । ସେହି ବିପଦ ସମୟରେ ଶିବଙ୍କ ଆଦେଶରେ ଶିବସେନାଙ୍କ ରୂପରେ ଅକ୍ଷୟ କୁମାର ସେହି ସଙ୍କଟରେ ସାହାର୍ଯ୍ୟ କରିବାର ନଜର ଆସିଛନ୍ତି । ଏହି ଫିଲ୍ମର ଟ୍ରେଲର ଜବରଦସ୍ତ ହୋଇଛି ।

ଫିଲ୍ମରେ ଅଭିନେତାଙ୍କ ଲୁକ୍‌ ବିଷୟରେ କହିବାକୁ ଗଲେ ପଙ୍କଜ ତ୍ରୀପାଠି ଜଣେ ଭକ୍ତର ଭୂମିକାରେ ନଜର ଆସିଛନ୍ତି । ଅକ୍ଷୟ କୁମାର ଭଗବାନ ଶିବଙ୍କ ପରି ଦେଖାଯାଉଛନ୍ତି । ଫିଲ୍ମରେ ସନାତନ ଧର୍ମକୁ ନେଇ ବହୁତ ଉପଦେଶ ଦିଆଯାଇଛି । ଫିଲ୍ମର ଟ୍ରେଲରକୁ ଦେଖି ନିର୍ଦ୍ଦେଶକ ଆଶା କରିଛନ୍ତି ଫିଲ୍ମଟି ସୁପରହିଟ ହେବ ବୋଲି । ଫିଲ୍ମଟି ୧୧ ଅଗଷ୍ଟରେ ରିଲିଜ ହେବାକୁ ଯାଇଛି । ଫଲ୍ମରେ ଅକ୍ଷୟ କୁମାର, ପଙ୍କଜ ତ୍ରୀପାଠି ଓ ୟାମି ଗୌତମ, ଅରୁଣ ଗୋମିଲ, ଗୋବିନ୍ଦ ନାମଦେବ ଭଳି କଳାକାର ନଜର ଆସିବେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.