Below header

ଚତୁର୍ଥୀ ପରଦିନ ନବବଧୂ ଜନ୍ମଦେଲେ କନ୍ୟା ସନ୍ତାନ, ଥାନାରେ ପହଞ୍ଚିଲେ ବରପକ୍ଷ

ହରିଆଣାର ଅମ୍ବାଲା ସହରରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚତୁର୍ଥୀ ରାତି ପରଦିନ ଜଣେ ନବବଧୂ ଏକ ସନ୍ତାନ ଜନ୍ମ ଦେଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅନେକ ଚର୍ଚ୍ଚା ଚାଲିଛି । ବିବାହ ପରେ ପେଟରେ ଯନ୍ତ୍ରଣା ହେବା ପରେ ବିବାହିତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ମାମଲାକୁ ନେଇ ବରପକ୍ଷ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

night

ଘଟଣା ମୁତାବକ, ଅମ୍ବାଲା ସହରର ମନମୋହନ ନଗର ନିବାସୀ ଜଣେ ଯୁବକଙ୍କ ବିବାହ ୨୦ ବର୍ଷୀୟ ଜଣେ ଯୁବତୀଙ୍କ ସହିତ ୧୫ ଫେବୃଆରୀରେ ହୋଇଥିଲା। ବିବାହର ପରଦିନ ରିସପେସନ ପାର୍ଟି ରଖାଯାଇଥିଲା। ତା’ ପରଦିନ ଅର୍ଥାତ ୧୭ ତାରିଖରେ ବିବାହିତା ନବବଧୂଙ୍କ ଦେହ ଖରାପ ହେବା ଯୋଗୁଁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ବଧୂ ଜଣକ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ବଧୂଙ୍କ ଶାଶୁଘର ଲୋକେ ସେହି କନ୍ୟା ସନ୍ତାନକୁ ଗ୍ରହଣ ନ କରି ଥାନାର ଦ୍ୱାରସ୍ଥ ହୋଇଥିଲେ।

11

ସୂଚନାଯୋଗ୍ୟ, ବିବାହ ପୂର୍ବରୁ ବରପକ୍ଷ କନ୍ୟାଙ୍କ ଫୁଲିଥିବା ପେଟ ଦେଖି ଗର୍ଭବତୀ ଥିବା କଥା ପଚାରିଥିଲେ। କିନ୍ତୁ ସେତେବେଳେ କନ୍ୟାପକ୍ଷ ପକ୍ଷରୁ ଯୁବତୀ ଜଣକର ଥାଇରଏଡ ସମସ୍ୟା ରହିଛି ବୋଲି କହି ବିବାହ କରାଯାଇଥିଲା। ଯୁବତୀ ଜଣକ କନ୍ୟା ସନ୍ତାନ ଜନ୍ମ ଦେବା ପରେ ତାଙ୍କ ପରିବାର ପକ୍ଷ ଏହା ବିଷୟରେ କିଛି ଜାଣିନାହାନ୍ତି ବୋଲି କହିଥିଲେ। ଫଳରେ ବରପକ୍ଷ ଥାନାରେ ଯୁବତୀ ଏବଂ ତାଙ୍କ ପରିବାର ବିରୋଧରେ ଏତଲା ଦେଇଥିଲେ। ଏହି ଘଟଣାର ଯାଞ୍ଚ ହେବା ପରେ କୌଣସି ଆକ୍ସନ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.