କେନ୍ଦୁଝର ଭୁଆଁ ଜୁଆଙ୍ଗ ପିଢ଼ ରେଞ୍ଜ ଅଞ୍ଚଳରେ ପୁଣି ହାତୀ ଶାବକର ମୃତ୍ୟୁ, ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ କାରଣ
![elephant died](https://knewsodisha.com/wp-content/uploads/2020/02/photo_2020-02-19_15-12-35.jpg)
ବାଂଶପାଳ: କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଭୁଆଁ ଜୁଆଙ୍ଗ ପିଢ଼ ରେଞ୍ଜ ଅଞ୍ଚଳରେ ଏକ ହାତୀ ଶାବକର ମୃତ୍ୟୁ ହୋଇଛି । ତରମାକାନ୍ତ ନିକଟସ୍ଥ ଚାହା ବଗିଚା ନିକଟରେରେ ଏକ ହାତୀର ମୃତ ଦେହ ପଡ଼ିଥିବା ଆଜି ସକାଳୁ ଦେଖୁବାକୁ ଗ୍ରାମବାସୀ ପାଇଥିଲେ । ଏନେଇ ଜଙ୍ଗଲ ବିଭାଗ ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇ ହାତୀ ଶାବକର ମୃତ୍ୟୁ ଦେହକୁ ଦେଖିବା ସହ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ତାର ତଦନ୍ତ ଆରମ୍ଭ କରିଛନ୍ତି । ସୂଚନାଅନୁଯାୟୀ, ଗତ କିଛି ଦିନ ଧରି ଉକ୍ତ ଅଞ୍ଚଳରେ କ୍ରମାଗତ ଭାବେ ୫ ଟି ହାତୀର ଉପଦ୍ରବ ବଢିଚାଲିଥିଲା । ଅଳ୍ପ ସଂଖ୍ୟକ ବନ କର୍ମଚାରୀଙ୍କ କାରଣରୁ ଅନେକ ସମୟରେ ଜିଲ୍ଲାରେ ହାତୀ ଠିକଠାକ ଭାବରେ ଟାର୍କିଂ ହେଉ ନଥିବାରୁ ହାତୀ ମୃତ୍ୟୁ ସଂଖ୍ୟା ଜଣା ପଡୁନାହିଁ ।ତେଣୁ ହାତୀ ମଣିଷ ଲଢେଇ କିମ୍ବା ରୋଗ ଜନିତ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ ।