କ୍ରିକେଟ ପରେ ବଲିଉଡ ଜଗତରେ ଏବେ ପାଦ ଥାପିବେ ହିଟମ୍ୟାନ ଯୁବରାଜ ସିଂହ
କ୍ରିକେଟ ମୈଦାନରେ ନିଜ ଭାଗ୍ୟ ପରୀକ୍ଷା କରିସାରିବା ପରେ ଟିମ ଇଣ୍ଡିଆର ପ୍ରଶିଦ୍ଧ ଖେଳାଳି ଯୁବରାଜ ସିଂ ଖୁବ ଶୀଘ୍ର ବଲିଉଡର ଡିଜିଟାଲ ଜଗତରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ନିକଟରେ ହିଁ, ଯୁବରାଜ ନିଜ ପତ୍ନୀ ହେଜେଲ କ୍ରିଚ ଓ ସାନ ଭାଇ ଯୋଜାବର ସିଂହଙ୍କ ସହ ଏକ ୱେବ ସିରିଜରେ ସାଇନ କରିଛନ୍ତି । ଏହି ୱେବସିରିଜରେ ସାନଭାଇ ଯୋଜାବର ପ୍ରମୁଖ ଭୂମିକାରେ ନଜର ଆସିବେ ।
ଖବର ଅନୁଯାୟୀ ଆସାମର ଗୋଟେ ଡ୍ରିମ ହାଉସ ପ୍ରଡକ୍ସନ ହାଉସ ଏହି ୱେବ ସିରିଜ ଟିକୁ ପ୍ରସ୍ତୁତ କରିବାକୁ ଯାଉଛି । ସୂତ୍ର ଅନୁଯାୟୀ ଯୁବରାଜ ସିଂହଙ୍କ ମା’ ଶବନମ ବି ଏହି ୱେବ ସିରିଜ ସହ ଜଡିତ ଅଛନ୍ତି ।ଏହାର ପ୍ରତିକ୍ରିୟାରେ ନିଜେ ଶବନମ କହିଛନ୍ତି କି ଏବେ ପୂରା ବିଶ୍ୱ ଏବେ ଅସଲି ଯୁବରାଜ ଓ ଯୋଜାବରଙ୍କୁ ଦେଖିବ । ଜଣେ ମା’ ଭାବେ ନିଜ ଦୁଇ ପୁଅ ଓ ବୋହୁଙ୍କୁ ବଡ ପରଦାରେ ଦେଖିବା ନିଶ୍ଚିତ ରୂପେ ମୋ ପାଇଁ ଗର୍ବର ବିଷୟ ।
କହି ରଖିବା ଉଚିତ ହେବକି ୩୮ ବର୍ଷୀୟ ଯୁବରାଜ ନିକଟରେ ହିଁ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁରେ ପ୍ରଭାବିତ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଏକ ଚାରିଟି ମ୍ୟାଚରେ ଖେଳୁଥିବା ନଜର ଆସିଥିଲେ । ଯୁବରାଜ ସିଂହ ଭାରତୀୟ ଦଳର ନାମୀ ଖେଳାଳି ମାନଙ୍କ ଭିତରୁ ଜଣେ । ଯୁବରାଜ ଏମିତି ଜଣେ ଖେଳାଳି ଯାହାଙ୍କ ନାଁରେ ଗୋଟିଏ ଟି -୨୦ ଇଣ୍ଟରନେଶନାଲରେ ଗୋଟିଏ ଓଭରରେ ଛ ଟି ଛକା ମାରିବାର ରେକର୍ଡ ଅଛି ।