Below header

ସପନା ଚୌଧୁରୀଙ୍କ ଗୀତରେ ଦିଲ୍ଲୀର ମହିଳା ଆଇପିଏସ ଲଗାଇଲେ ଠୁମକା, ଭିଡିଓ ହେଉଛି ଭାଇରାଲ

ସପନା ଚୌଧୂରୀଙ୍କ ଡ୍ୟାନ୍ସରେ ସମସ୍ତେ ଦିୱାନା ଅଟନ୍ତି। ଦେଶ- ବିଦେଶରେ ସବୁଠି ସପନାଙ୍କ ଗୀତର ଦିୱାନା ହୋଇଯାନ୍ତି ଲୋକେ। ଏମିତି କିଛି ହୋଇଛି ଦିଲ୍ଲୀର ମହିଳା ପୋଲିସକର୍ମୀଙ୍କ ସହିତ। ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ଏକ ଅଲଗା ମାହୋଲ ଦେଖିବାକୁ ମିଳିଥିଲା ଯେତେବେଳେ ଷ୍ଟେଜରେ ‘ତେରେ ଆଖୋଁ କା ୟେ କାଜଲ’ ଗୀତ ବାଜିଲା।

ଆୟୋଜିତ ହେଉଥିବା ଅଲ ଓମ୍ୟାନ ସମ୍ପର୍କ ସଭା ‘ସୁନୋ ସହେଲୀ’ କାର‌୍ୟ୍ୟକ୍ରମରେ ସପନାଙ୍କର ସେହି ଗୀତ ବାଜିଲା ଯେତେବେଳେ ଷ୍ଟେଜରେ ମାହୋଲ ପୂରା ବଦଳିଗଲା। ପୂରା ମହିଳା ପୋଲିସକର୍ମୀ ପୂରା ଦମରେ ଗୀତର ତାଳେ ତାଳେ ନାଚିବାକୁ ଲାଗିଲେ। ତାହାପରେ ଯାହା ହେଲା ତାହା ଆଶ୍ଚଯ୍ୟକର।

ଡ୍ୟାନ୍ସ କରିବା ସମୟରେ ଜଣେ ପୋଲିସ କର୍ମୀ ଆଇପିଏସଙ୍କ ହାତ ଧରି ନାଚିବା ଆରମ୍ଭ କରିଦେଲେ। ଏହାପରେ ସବୁ କର୍ମଚାରୀ ଆଇପିଏସଙ୍କ ସହିତ ଏହି ଗୀତରେ ଠୁମକା ଲଗାଇଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.