Below header

ସର୍ବ ସମ୍ମତିକ୍ରମେ ମହିଳା ସଂରକ୍ଷଣ ବିଲ୍ କୁ ରାଜ୍ୟସଭାର ଅନୁମୋଦନ

ଆଜି ରାଜ୍ୟସଭାରେ ପୂର୍ଣ୍ଣ ସମର୍ଥନ ସହ ବିଲ୍ କୁ ଅନୁମୋଦନ ମିଳିଛି । ବିଲ୍ ସପକ୍ଷରେ ୨୧୫ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ କୌଣସି ଭୋଟ୍ ପଡ଼ିନଥିଲା । ସମ୍ବିଧାନିକ ପ୍ରକ୍ରିୟା ଅନୁସାରେ ପାରିତ ହୋଇଛି ବିଲ୍ ।

କେନ୍ୟୁଜ୍(ବ୍ୟୁରୋ):ସଂସଦର ଉଭୟ ଗୃହରେ ସର୍ବସମ୍ମତି କ୍ରମେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍ । ଆଜି ରାଜ୍ୟସଭାରେ ପୂର୍ଣ୍ଣ ସମର୍ଥନ ସହ ବିଲ୍ କୁ ଅନୁମୋଦନ ମିଳିଛି । ବିଲ୍ ସପକ୍ଷରେ ୨୧୫ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ କୌଣସି ଭୋଟ୍ ପଡ଼ିନଥିଲା । ସମ୍ବିଧାନିକ ପ୍ରକ୍ରିୟା ଅନୁସାରେ ପାରିତ ହୋଇଛି ବିଲ୍ ।

ଗତକାଲି ଲୋକସଭାରେ ବିଲ୍ ପାରିତ ହୋଇଥିଲା । ବିଲ୍ ସପକ୍ଷରେ ୪୫୪ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୨ଟି ଭୋଟ୍ ପଡ଼ିଥିଲା । ପାର୍ଲାମେଣ୍ଟର ଉଭୟ ଗୃହରେ ବିଲ୍ ପାସ୍ ହେବାପରେ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପଠାଯିବ ନାରୀ ଶକ୍ତି ବନ୍ଦନ ବିଧେୟକ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.