ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ପାସ, ରାଷ୍ଟ୍ରପତିଙ୍କ ସ୍ବୀକୃତିକୁ ଅପେକ୍ଷା

ସର୍ବ ସମ୍ମତିକ୍ରମେ ମହିଳା ସଂରକ୍ଷଣ ବିଲ୍ କୁ ରାଜ୍ୟସଭାର ଅନୁମୋଦନ ମିଳିଛି । ରାଜ୍ୟସଭାରେ ବିଲ୍ କୁ ନେଇ ହୋଇଥିବା ଭୋଟିଂରେ, ଏହା ସପକ୍ଷରେ ୨୧୫ ଭୋଟ୍ ମିଳିଥିବା ବେଳେ ବିପକ୍ଷରେ କୌଣସି ଭୋଟ୍ ପଡ଼ିନଥିଲା । ବିଲ୍ କୁ ରାଜ୍ୟ ସଭାରେ ମଧ୍ୟ ସମର୍ଥନ କରିଛି ବିଜେଡି।

ସର୍ବ ସମ୍ମତିକ୍ରମେ ମହିଳା ସଂରକ୍ଷଣ ବିଲ୍ କୁ ରାଜ୍ୟସଭାର ଅନୁମୋଦନ ମିଳିଛି । ରାଜ୍ୟସଭାରେ ବିଲ୍ କୁ ନେଇ ହୋଇଥିବା ଭୋଟିଂରେ, ଏହା ସପକ୍ଷରେ ୨୧୫ ଭୋଟ୍ ମିଳିଥିବା ବେଳେ ବିପକ୍ଷରେ କୌଣସି ଭୋଟ୍ ପଡ଼ିନଥିଲା । ବିଲ୍ କୁ ରାଜ୍ୟ ସଭାରେ ମଧ୍ୟ ସମର୍ଥନ କରିଛି ବିଜେଡି। ପାର୍ଲାମେଣ୍ଟର ଉଭୟ ଗୃହରେ ବିଲ୍ ପାସ୍ ହେବାପରେ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପଠାଯିବ ନାରୀ ଶକ୍ତି ବନ୍ଦନ ବିଧେୟକ ।  ଆବଶ୍ୟକ ଅନମୋଦନ ଲାଭ କରିବା ପରେ ଆଇନରେ ପରିଣତ ହେବ ବିଧେୟକ ।

ମହିଳା ସଂରକ୍ଷଣ ବିଲ ନେଇ ରାଜ୍ୟ ସଭାରେ ଜୋରଦାର ବିତର୍କ ଦେଖିବାକୁ ମିଳିଥିଲା। ମହିଳା ସଂରକ୍ଷଣ ସଂପର୍କରେ ବିଭିନ୍ନ ଦଳର ସାଂସଦ ମତ ରଖିଥିଲେ। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସଂସଦର ଉପର ଗୃହରେ ବିଲ୍ ଆଗତ କରି ଏସସି- ଏସଟି ମହିଳାଙ୍କୁ ମଧ୍ୟ ସଂରକ୍ଷଣ ମିଳିବ ବୋଲି କହିଥିଲେ । ତେବେ ଏଥିପାଇଁ ଜନଗଣନା ଓ ସୀମା ପୁନଃନିର୍ଦ୍ଧାରଣ ଅତ୍ୟନ୍ତ ଆବଶ୍ୟକ।

ଲୋକସଭା ପରେ ରାଜ୍ୟ ସଭାରେ ମଧ୍ୟ ବିଲ୍ କୁ ସମର୍ଥନ କରିଛି ବିଜେଡି। ଏଥିପାଇଁ ଦଳ ପକ୍ଷରୁ ସାଂସଦ ମାନଙ୍କୁ ହ୍ବିପ ମଧ୍ୟ ଜାରି ହୋଇଥିଲା। ୧୯୯୨ରୁ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ। ୨୦୧୧ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷଣକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି।

ଆଜି ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ସମ୍ପର୍କରେ ଆଲୋଚନା ବେଳେ ସୃଷ୍ଟି ହୋଇଥିଲା ବିରଳ ଉଦାହରଣ। ପରିବର୍ତ୍ତନର ଯୁଗାନ୍ତକାରୀ କ୍ଷଣରେ ସାରା ବିଶ୍ୱକୁ ଶକ୍ତିଶାଳି ବାର୍ତ୍ତା ଦେଇଥିଲା ଭାରତ। ଗୃହ କାର୍ଯ୍ୟ ପରିଚାଳନା ପାଇଁ କେବଳ ମହିଳା ସାଂସଦଙ୍କୁ ନେଇ ଗଠିତ ହୋଇଥିଲା ଉପାଧ୍ୟକ୍ଷ ପ୍ୟାନେଲ।

ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକର ଏହି ପ୍ୟାନେଲରେ ୧୩ ମହିଳା ସାଂସଦଙ୍କୁ ସାମିଲ କରିଛନ୍ତି। ପିଟି ଉଷା, ଏସ ଫାଙ୍ଗନୋନ କୋନ୍ୟାକ, ଜୟା ବଚ୍ଚନ, ସରୋଜ ପାଣ୍ଡେ, ରଜନୀ ଅଶୋକରାଓ ପାଟିଲ, ଫୌଜିଆ ଖାନ, ଦୋଲା ସେନ, ଇନ୍ଦୁବାଳା ଗୌସ୍ୱାମୀ, କାନିମୋଝି, ଏନଭିଏନ ସୋମୁ, କବିତା ପଟିଦାର, ମହୁଆ ମାଝି, କଳ୍ପନା ସୈନି, ସୁଲତା ଦେଓ ପ୍ରମୁଖ ଏହି ପ୍ୟାନେଲରେ ସାମିଲ ଅଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.