ମଝି ଆକାଶରେ ଜରୁରୀକାଳୀନ ଗେଟ୍‌ ଖୋଲିଲେ ଯାତ୍ରୀ, ଉତ୍ତମ-ମଧ୍ୟମ ଖାଇ ହେଲେ ଗିରଫ

ଆସାମ ଗୌହାଟିରୁ ଗୁରୁବାର ତ୍ରିପୁରା ଅଗରତାଲା ଯାଉଥିବା ଏକ ଇଣ୍ଡିଗୋ ଫ୍ଲାଇଟ ମଝି ଆକାଶରେ ଥିବା ବେଳେ ଜଣେ ଯାତ୍ରୀ ବିମାନର ଜରୁରୀକାଳୀନ ଫାଟକ ଖୋଲିବାକୁ ଚେଷ୍ଟା କରି ଗିରଫ ହୋଇଛନ୍ତି ।

ଅଗରତାଲା : ଆସାମ ଗୌହାଟିରୁ ଗୁରୁବାର ତ୍ରିପୁରା ଅଗରତାଲା ଯାଉଥିବା ଏକ ଇଣ୍ଡିଗୋ ଫ୍ଲାଇଟ ମଝି ଆକାଶରେ ଥିବା ବେଳେ ଜଣେ ଯାତ୍ରୀ ବିମାନର ଜରୁରୀକାଳୀନ ଫାଟକ ଖୋଲିବାକୁ ଚେଷ୍ଟା କରି ଗିରଫ ହୋଇଛନ୍ତି । ଯାତ୍ରୀ ଜଣକ ନିଶା ଗୁଳି ଖାଇ ନିଶାରେ ଚୁର ଥିବା ଜଣାଯାଇଛି ।

ତେବେ ବିମାନରେ ଥିବା ଅନ୍ୟ ଯାତ୍ରୀ ଉକ୍ତ ଯାତ୍ରୀଙ୍କୁ ଜୋର କରି ନିଜ ସିଟରେ ବସାଇଥିଲେ । ଏହି ଘଟଣା ସମ୍ପର୍କରେ କ୍ରୁ ମେମ୍ବରଙ୍କୁ ଜଣାଯିବା ପରେ ଉକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଛି । କ’ଣ ପାଇଁ ସେ ଏହା କରୁଥିଲେ କମ୍ବା ନିଶାରେ କରିଥିଲେ ତାହାର ତଦନ୍ତ ଜାରି ରହିଛି ।

ଯାତ୍ରୀଙ୍କର ନାମ ବିଶ୍ୱଜିତ ଦେବନାଥ(୪୧) । ତାଙ୍କ ଘର ପଶ୍ଚିମ ତ୍ରିପୁରା ଜିଲ୍ଲା ଜିରାନିଆରେ । ସବୁଠାରୁ ବଡ଼ କଥା ହେଉଛି ଇଣ୍ଡିଗୋ ଫ୍ଲାଇଟରେ ଗତ ୬ ମାସ ମଧ୍ୟରେ ଜରୁରୀକାଳୀନ ଗେଟ ଖୋଲିବାର ଏହା ହେଉଛି ୪ର୍ଥ ଘଟଣା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.