Below header

କେଜରୀୱାଲଙ୍କ ବଡ ଘୋଷଣା, ଦିଲ୍ଲୀରେ ମେଟ୍ରୋ ଏବଂ ବସରେ ମହିଳା ମାଗଣାରେ କରିପାରିବେ ଯାତ୍ରା

ଦିଲ୍ଲୀରେ ପରବର୍ଷ ହେବାକୁ ଥିବା ନିର୍ବାଚନକୁ ଆଖିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଜି ଏକ ବଡ ଘୋଷଣା କରିଛନ୍ତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମି ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲ ଆଜି ମହିଳାଙ୍କୁ ମେଟ୍ରୋ ଏବଂ ସରକାରୀ ବସରେ ମାଗଣାରେ ଯାତ୍ରା କରିବାର ଉପହାର ଦେଇଛନ୍ତି। କେଜରିୱାଲ ଏହି କଥାର ଘୋଷଣା କରିଛନ୍ତି ଯେ ମେଟ୍ରୋ ଏବଂ ବସରେ ଯାତ୍ରା କରିବା ସମୟରେ ମହିଳାଙ୍କୁ ଟିକେଟ କରିବାକୁ ପଡିବ ନାହିଁ।

ପ୍ରତିବର୍ଷ ୧୨୦୦ କୋଟି ଟଙ୍କାର ବୋଝ ରହିବ

ଏହାପୂର୍ବରୁ ଦିଲ୍ଲୀର ଆମ୍ ଆଦମି ପାର୍ଟୀ ସରକାର ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନଙ୍କୁ ପଚାରିଥିଲେ ଏବଂ ସେ କହିଥିଲେ ମହିଳାଙ୍କୁ ଦିଆଯାଉଥିବା ଏହି ସୁବିଧା କେମିତି ଲାଗୁହେବ। ଏକ ଅନୁମାନ ଅନୁଯାୟୀ ଏହି ଯୋଜନା ଲାଗୁ ହେଲେ ଦିଲ୍ଲୀ ସରକାରଙ୍କୁ ପ୍ରତି ବର୍ଷ ୧୨୦୦ କୋଟି ଟଙ୍କାର ବୋଝ ପଡିବ।

busବସରେ ମଧ୍ୟ ଲାଗୁ ହୋଇପାରେ ଏହି ସୁବିଧା

ଦିଲ୍ଲୀ ସରକାର ମେଟ୍ରୋରେ ଯାତ୍ରା ସହିତ ଏହି ଯୋଜନାକୁ ବସରେ ମଧ୍ୟ ଳାଗୁ କରାଇବ। ଡିଟିସି ଏବଂ କ୍ଲଷ୍ଟର ସ୍କୀମ ବସରେ ଏହାକୁ ଲାଗୁ କରିବା ଦ୍ବାରା ସରକାରଙ୍କୁ କୌଣସି ପ୍ରକାରର ସମସ୍ୟା ଆସିବ ନାହିଁ। ପରିବହନ ମନ୍ତ୍ରୀ କୈଳାଶ ଗେହଲଟ ଶୁକ୍ରବାର ଦିନ ମେଟ୍ରୋ ଅଫିସରଙ୍କ ସହିତ ଏହି ବିଷୟରେ ସାକ୍ଷାତ୍ କରିଥିଲେ ଏବଂ ଏହାର ଡ୍ରାଫ୍ଟ ବନାଇବା ପାଇଁ କହିଥିଲେ।

ଗେହଲଟ ପରିଷ୍କାର ଭାବରେ କହିଛନ୍ତି ସେ ମେଟ୍ରୋରେ ମହିଳାଙ୍କୁ ମାଗଣାରେ ଯାତ୍ରା କରିବାର ଖର୍ଚ୍ଚ ଦିଲ୍ଲୀ ସରକାର ଉଠାଇବେ। ଏଥିପାଇଁ ସେ ଡିଏମଆରସି ର ଭରିବେ। ବସ ଏବଂ ମେଟ୍ରୋରେ ୩୩ ପ୍ରତିଶତ ମହିଳା ଯାତ୍ରା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.