‘ଦୁଷ୍କର୍ମରୁ ହୋଇଥିଲା ମୋ ଜନ୍ମ, ଡିଏନଏ ଟେଷ୍ଟରୁ ବାପାଙ୍କୁ ମିଳୁ ଦଣ୍ଡ’, ପଢ଼ନ୍ତୁ ଜଣେ ମହିଳାଙ୍କର ଏଭଳି ରୋଚକ ଅଭିଯୋଗ

ଇଂଲଣ୍ଡର ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କ ଜନ୍ମ ଦୁଷ୍କର୍ମ ଯୋଗୁ ହୋଇଛି ଏବଂ ଦୋଷୀ ବାପାଙ୍କୁ ତୁରନ୍ତ ନ୍ୟାୟ ଅନୁସାରେ ଦଣ୍ଡ ମିଳୁ। ଏକ ଗଣମାମଧ୍ୟମର ରିପୋର୍ଟ ଅନୁସାରେ, ଏହା ପ୍ରଥମ ମାମଲା ହେବ, ଯେଉଁଠି ପୀଡ଼ିତାଙ୍କ ବିନା ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଦଣ୍ଡ ମିଳିବ। ମହିଳାଙ୍କ ଦାବି ହେଉଛି, ଯେବେ ତାଙ୍କ ମା’ ନାବାଳିକା ଥିଲେ, ସେତେବେଳେ ୩୦ ବର୍ଷରୁ ଅଧିକ ବୟସର ଜଣେ ସମ୍ପର୍କୀୟ ତାଙ୍କୁ ଦୁଷ୍ମର୍ମ କରିଥିଲେ। ସେ କହିଛନ୍ତି, ତାଙ୍କ ଜନ୍ମ ଏହି କଥାକୁ ସୂଚିତ କରୁଛି ଯେ ନିଶ୍ଚିତ ରୂପରେ ଦୁଷ୍କର୍ମ ହୋଇଥିଲା। ମହିଳା ଜଣକ ତାଙ୍କ ବାପାଙ୍କୁ ଦଣ୍ଡ ଦେବା ପାଇଁ ଡିଏନଏ ଟେଷ୍ଟ କରାଇବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ବୋଲି ଜଣାଇଛନ୍ତି।

r

ଇଂଲଣ୍ଡର ପଞ୍ଚିମ ମଧ୍ୟାଞ୍ଚଳ ପୋଲିସର କହିବାନୁଯାୟୀ, ଆଇନ ହିସାବରେ ମହିଳାଙ୍କୁ ପୀଡ଼ିତା କୁହାଯାଇପାରିବ ନାହିଁ। ଅଭିଯୋଗ ଅନୁସାରେ ଦୁଷ୍କର୍ମରୁ ଜନ୍ମ ନେଇଥିବା ଶିଶୁକନ୍ୟାକୁ ପାଖାପାଖି ୭ ମାସ ପରେ ଏକ ପରିବାର ୧୯୭୦ ମସିହାରେ କୋଳେଇ ନେଇଥିଲେ। ତେବେ ଉକ୍ତ ମହିଳା କହିଛନ୍ତି, ୧୮ ବର୍ଷ ବୟସରୁ ତାଙ୍କୁ ଜନ୍ମ ଦେଇଥିବା ମା’ଙ୍କୁ ସେ ଖୋଜିବା ଆରମ୍ଭ କରିଦେଇଥିଲେ।

ଏହାସହ ପଢ଼ନ୍ତୁ: ବସ୍‌ରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ଅନେକ ଯାତ୍ରୀ, ଜଣେ ମୃତ

rr

ମହିଳାଙ୍କ ଦାବି ହେଉଛି, ସାମାଜିକ କର୍ମୀ ଏବଂ ସମାଜ ସେବା ରେକର୍ଡରୁ ଏହା ଜଣାପଡ଼ିଥିଲା ଯେ ତାଙ୍କର ଜନ୍ମ ଦୁଷ୍କର୍ମରୁ ହୋଇଛି। ଗଣମାଧ୍ୟମ ପ୍ରୋଗ୍ରାମରେ ସେ କହିଛନ୍ତି, ‘ଜନ୍ମ ଦେଇଥିବା ମୋ ମା’ ସ୍କୁଲ ଛାତ୍ରୀ ଥିଲେ। ସେତେବେଳେ ତାଙ୍କ ସହିତ ଏହି ଘଟଣା ଘଟିଥିଲା। ଶେଷରେ ସେ ସାମାଜିକ କର୍ମୀଙ୍କ ସାହାଯ୍ୟରେ ମା’ଙ୍କୁ ଖୋଜିବାରେ ସଫଳ ହୋଇଥିଲେ। ଅନ୍ୟପକ୍ଷରେ ମହିଳାଙ୍କ ଜନ୍ମଦାତ୍ରୀ ଏହି ଦୁଷ୍କର୍ମ ମାମଲା ଲଢ଼ିବାକୁ ଚାହୁଁନାହାନ୍ତି। କିନ୍ତୁ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଝିଅକୁ ସହଯୋଗ କରୁଛନ୍ତି। ମହିଳାଙ୍କ କହିବା ହେଲା, ତାଙ୍କ ପାଖରେ ଡିଏନଏ ରିପୋର୍ଟ ରହିଛି ଏବଂ ନିଶ୍ଚିତ ଭାବେ ଲୋକେ ଏହାକୁ ଗମ୍ଭୀରତାର ସହ ନେବେ।