Below header

ରାଜଧାନୀ ଦିଲ୍ଲୀରେ ଜାରି ହେଲା ୟେଲୋ ଆଲର୍ଟ ଗାଇଡଲାଇନ; ଜାଣନ୍ତୁ କ’ଣ ଖୋଲା ଓ କ’ଣ ରହିବ ବନ୍ଦ ?

ନୂଆଦିଲ୍ଲୀ: ଦେଶର ୨୧ ରାଜ୍ୟରେ ପଶିଲାଣି ଓମିକ୍ରନ୍‌ । ଆକ୍ରାନ୍ତଙ୍କ ସଂଖ୍ୟା ୬୫୩ ଛୁଇଁଛି । ମହାରାଷ୍ଟ୍ରରେ ନୂଆ ଭାରିଆଣ୍ଟରେ ସବୁଠୁ ଅଧିକ ୧୬୭ ଜଣ ସଂକ୍ରମିତ ହୋଇଥିବା ବେଳେ ଦିଲ୍ଲୀରେ ଏହି ସଂଖ୍ୟା ରହିଛି ୧୬୫ । ଦିଲ୍ଲୀରେ ଓମିକ୍ରନ୍‌ କେସ୍‌ ବଢୁଥିବା ବେଳେ ଚିନ୍ତା ବଢୁଛି । ଓମିକ୍ରନ୍‌ କେସ ବଢୁଥିବାରୁ ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦିଲ୍ଲୀରେ ପଜିଟିଭ ରେଟ୍‌ ୦.୫ ପ୍ରତିଶତ ରହିଛି । କୋଭିଡ ସ୍ଥିତିର ମୁକାବିଲା ପାଇଁ ଗ୍ରେଡେଡ ରେସପନ୍‌ସ ଆକ୍ସନ ପ୍ଲାନରେ ୟେଲୋ ଆଲର୍ଟ ଜାରି କରାଯାଇଛି । ୟେଲୋ ଆଲର୍ଟ ଅଧୀନରେ ସ୍କୁଲ-କଲେଜ, ଜିମ୍, ସିନେମା ହଲ୍ ସହିତ ଅନେକ ପ୍ରତିବନ୍ଧକ ଲାଗୁ ହେବ। ତେବେ କ’ଣ ଖୋଲା ରହିବ ଏବଂ କ’ଣ ବନ୍ଦ ରହିବ ତାହା ଜାଣନ୍ତୁ ।

ଦିଲ୍ଲୀରେ କ’ଣ ବନ୍ଦ ରହିବ?

– ରାତି ୧୧ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତିର କର୍ଫ୍ୟୁ ହେବ।
– ରେସ୍ତୋଁରା, ବାର୍‌ ମଧ୍ୟ ୫୦ ପ୍ରତିଶତ କ୍ଷମତାରେ ଖୋଲିବ ।
– ବିଦ୍ୟାଳୟ ଓ କଲେଜଗୁଡ଼ିକ ବନ୍ଦ ରହିବ।
– ମେଟ୍ରୋ ଟ୍ରେନ ଓ ବସ୍‌ ୫୦ ପ୍ରତିଶତ ସିଟିଂ କାପାସିଟିରେ ଚାଲିବ ।
– ତୁରନ୍ତ ପ୍ରଭାବରେ ସିନେମା ହଲ୍, ମଲ୍ଟିପ୍ଲେକ୍ସ, ରିସେପ୍ସନ ହଲ୍ ବନ୍ଦ ରହିବ।
– ସ୍ପା, ଜିମ୍ ଏବଂ ମନୋରଞ୍ଜନ ପାର୍କ ବନ୍ଦ ରହିବ।
– ସାଂସ୍କୃତିକ ଏବଂ କ୍ରୀଡା କାର୍ଯ୍ୟକଳାପ ଉପରେ ସମ୍ପୂର୍ଣ୍ଣ ନିଷେଧ।
– ସେହିପରି ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଦିନେ ଛାଡ଼ି ଦିନେ ଖୋଲିବ ।

କଣ ଖୋଲା ରହିବ?

– ସକାଳ ୧୦ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଦୋକାନ ଏବଂ ମଲ୍ ଗୁଡିକ ଖୋଲା ରହିବ।
– ମେଟ୍ରୋ ଏବଂ ବସ୍ ୫୦ ପ୍ରତିଶତ କ୍ଷମତାରେ ଚାଲିବ ଏବଂ ବସ୍ ରେ ଛିଡା ହେବାକୁ ଅନୁମତି ଦିଆଯିବ ନାହିଁ।
– ବିବାହ ସମାରୋହ ଏବଂ ଅନ୍ତିମ ସଂସ୍କାରରେ କେବଳ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି।
– ଗୋଟିଏ ଜୋନ୍‌ରେ କେବଳ ଗୋଟିଏ ସାପ୍ତାହିକ ବଜାର ଖୋଲିବ, ଯେଉଁଥିରେ ଦୋକାନୀମାନଙ୍କ ମଧ୍ୟରୁ କେବଳ ୫୦ ପ୍ରତିଶତ ଅନୁମତି ପାଇବେ।
– ଧାର୍ମିକ ସ୍ଥାନ ଖୋଲା ରହିବ କିନ୍ତୁ ଭକ୍ତଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯିବ।
– ସେଲୁନ୍ ଖୋଲିପାରେ।
– ବାର୍ ଗୁଡିକ କେବଳ ମଧ୍ୟାହ୍ନ ୧୨ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ୫୦ ପ୍ରତିଶତ କ୍ଷମତା ସହିତ ଖୋଲିବ।
– ୫୦ ପ୍ରତିଶତ କ୍ଷମତା ସହିତ ରେଷ୍ଟୁରାଣ୍ଟ ଗୁଡିକ ସକାଳ ୮ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଖୋଲା ରହିବ।

ଅନ୍ୟ ପଟେ କୋଭିଡକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ଅଧିକାଂଶ କୋଭିଡ ସଂକ୍ରମିତଙ୍କଠାରେ ଲକ୍ଷଣ ନାହିଁ କିମ୍ବା ସ୍ୱଳ୍ପ ଲକ୍ଷଣ ଦେଖିବାକୁ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.