ବଲିଉଡ ଅଭିନେତ୍ରୀଙ୍କ ବଡ଼ ଖୁଲାସା! ଫିଲ୍ମ ସେଟ୍‌ରୁ ଚୋରାଉଥିଲେ ଶାଢ଼ି, ପୁଣି ତାକୁ ହିଁ ପିନ୍ଧି ବାହାଘର ପାର୍ଟି ଯାଉଥିଲେ

ବଲିଉଡ ଅଭିନେତ୍ରୀ ସାନ୍ୟା ମଲହୋତ୍ରାଙ୍କୁ ତାଙ୍କର ଚମତ୍କାର ଅଭିନୟ ପାଇଁ ଜଣା ଯାଇଥାଏ। ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ପ୍ରଶଂସକଙ୍କ ହୃଦୟ ଜିତି ନେଇଛନ୍ତି। ସାନ୍ୟା ଏବେ ଏକ ଖୁଲାସା କରିଛନ୍ତି, ଯାହାକୁ ହୁଏତ କେହି ବିଶ୍ୱାସ କରି ପାରିବେ ନାହିଁ। ସେ ଫିଲ୍ମ ସେଟରୁ ଶାଢ଼ି ଚୋରି କରୁଥିଲେ ଏବଂ ସେଥି ମଧ୍ୟରୁ ଗୋଟିଏ ଶାଢ଼ି ପିନ୍ଧି ସେ ସାଙ୍ଗର ବିବାହ ଉତ୍ସବରେ ମଧ୍ୟ ଯୋଗ ଦେଇଥିଲେ। ଏକ ସାକ୍ଷାତକାର ସମୟରେ ସାନ୍ୟା ମଲହୋତ୍ରା ନିଜେ ଏହି କଥାର ଖୁଲାସା କରିଛନ୍ତି।

ଫିଲ୍ମ ସେଟରୁ ଚୋରାଇଥିଲେ ଶାଢ଼ି

ସାନ୍ୟା ମଲହୋତ୍ରା କହିଛନ୍ତି, ‘ଲକଡାଉନ୍ ପରେ ମୁଁ ମୀନାକ୍ଷୀ ସୁନ୍ଦରେଶ୍ୱରର ଶୁଟିଙ୍ଗ୍‌ କରୁଥିଲି। ମୁଁ ସେଟକୁ ଫେରି ଏବଂ କ୍ୟାମେରାକୁ ଫେସ୍‌ କରି ବହୁତ ଖୁସି ଥିଲି। ମୀନାକ୍ଷୀର ଚରିତ୍ର ପାଇଁ ମୁଁ ଶାଢ଼ି ପିନ୍ଧୁଥିଲି, ଯାହାକି ମୋତେ ଖୁବ୍‌ ପସନ୍ଦ ଲାଗୁଥିଲା। ମୋ ପାଖରେ ଏବେ ବି ସେହି ଶାଢ଼ିଗୁଡ଼ିକ ଅଛି, କାହିଁକି ନା, ସେଗୁଡ଼ିକୁ ମୁଁ ସେଟରୁ ଚୋରେଇ ଆଣିଥିଲି’। ଏହା ସହିତ ସାନ୍ୟା ଆହୁରି ମଧ୍ୟ କହିଛନ୍ତି ଯେ ସେ ସେଥି ମଧ୍ୟରୁ ଗୋଟିଏ ଶାଢ଼ି ପିନ୍ଧି ଜଣେ ବନ୍ଧୁଙ୍କ ବିବାହରେ ମଧ୍ୟ ଯୋଗ ଦେଇଥିଲେ।

ଅଭିମନ୍ୟୁ ଦାସାନୀଙ୍କ ସହିତ କରିଛନ୍ତି କାମ

‘ମୀନାକ୍ଷୀ ସୁନ୍ଦରେଶ୍ୱର’ରେ ସାନ୍ୟା ମଲହୋତ୍ରା ଅଭିମନ୍ୟୁ ଦାସାନୀଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ। ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରକୁ ବହୁତ ପସନ୍ଦ ମଧ୍ୟ କରାଯାଇଥିଲା। ଚଳଚ୍ଚିତ୍ରକୁ ବିବେକ ସୋନି ଲେଖିଛନ୍ତି ଏବଂ ସେ ହିଁ ନିଜେ ଏହାର ନିର୍ଦ୍ଦେଶନା ଦେଇଥିଲେ। ଚଳଚ୍ଚିତ୍ରରେ ସାନ୍ୟା ଓ ଅଭିମନ୍ୟୁଙ୍କ ବିବାହ ପରେ ସେମାନଙ୍କ ଦୀର୍ଘ ଦୂରତା ସମ୍ପର୍କର କାହାଣୀକୁ ବହୁତ ସୁନ୍ଦର ଭାବରେ ଉପସ୍ଥାପନା କରାଯାଇଛି।

‘ମୀନାକ୍ଷୀ ସୁନ୍ଦରେଶ୍ୱର’ ପୂର୍ବରୁ ସାନ୍ୟା ଶେଷ ଥର ପାଇଁ ‘ଲୁଡୋ’ରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ସେ ଆଦିତ୍ୟ ରୟ କାପୁରଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ। ଏବେ ସାନ୍ୟା ମଲହୋତ୍ରା ଫିଲ୍ମ ‘ସାମ୍ ମାନେକ୍ସା’ରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ତାଙ୍କୁ ଭିକ୍କି କୌଶଲଙ୍କ ସହିତ ଦେଖିବାକୁ ମିଳିବ। ଏହା ବ୍ୟତୀତ ସେ କ୍ରାଇମ-ଥ୍ରିଲର ଫିଲ୍ମ ‘ଲଭ ହଷ୍ଟେଲ’ର ଏକ ଅଂଶ ମଧ୍ୟ ରହିଛନ୍ତି।

 

View this post on Instagram

 

A post shared by Sanya Malhotra💥 (@sanyamalhotra_)