ରାତିରେ ଡେରି ଯାଏ ପାଠ ପଢ଼ିବା ବେଳେ ବାରମ୍ବାର ନିଦ ଲାଗୁଛି କି, ତା’ ହେଲେ ଆପଣାନ୍ତୁ ଏହି ସବୁ ଉପାୟ, ଜମାରୁ ଉପୁଜିବନି ସମସ୍ୟା

ଏମିତିରେ ତ ଶୋଇବା ଅତ୍ୟନ୍ତ ଭଲ, କିନ୍ତୁ ଯେତେବେଳେ ଏହା ପାଠପଢ଼ା ସମୟରେ ଆମକୁ ହଇରାଣ କରେ, ତ ସବୁଠାରୁ ବଡ ଶତ୍ରୁ ପାଲଟିଯାଏ। ଅଧିକାଂଶ ଛାତ୍ରଙ୍କୁ ପାଠପଢ଼ା ସମୟରେ ଏହି ସମସ୍ୟା ଆସିଥାଏ। ଆଉ ଏହା ସେତେବେଳେ ଅଧିକ ବଢ଼ି ଯାଇଥାଏ, ଯେତେବେଳେ ପରୀକ୍ଷା ପାଖେଇ ଆସିଥାଏ। ତଥାପି ଏହାର କିଛି ପ୍ରତିକାର ରହିଛି, ଯାହା ସାହାଯ୍ୟରେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ। ଏଠାରେ ଆମେ ଆପଣଙ୍କୁ କିଛି ଟିପ୍ସ କହୁଛୁ, ଯଦ୍ଦ୍ଵାରା ରାତିରେ ପଢ଼ୁଥିବା ସମୟରେ ଆପଣଙ୍କୁ ନିଦ ଲାଗିବ ନାହିଁ।

ସନ୍ତୁଳିତ ଖାଦ୍ୟ ଗ୍ରହଣ: ଏକ ଖବର ମୁତାବକ, ରାତିରେ ପଢ଼ିବା ସମୟରେ ନିଦ ନ ଆସିବା ପାଇଁ ଖାଦ୍ୟରେ ଶକ୍ତି ପ୍ରଦାନକାରୀ ଜିନିଷ ଅନ୍ତର୍ଭୁକ୍ତ କରନ୍ତୁ। ଆପଣ ସବୁଜ ପତ୍ରଯୁକ୍ତ ପରିବା, ଫଳ, ସାଲାଡ, ମସୁର ଡାଲି ଇତ୍ୟାଦି ଖାଇବା ଉଚିତ୍। ବାଦାମ ଏବଂ ମଞ୍ଜିଯୁକ୍ତ ଖାଦ୍ୟ ପଦାର୍ଥକୁ ନିଜ ଡାଏଟରେ ସାମିଲ କରନ୍ତୁ।

ଏତିକି ଘଣ୍ଟା ଶୋଇବା ଅତ୍ୟନ୍ତ ଜରୁରୀ: ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ପ୍ରତ୍ୟେକ ମଣିଷ ଦିନକୁ ୭ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ। ଯଦି ଆପଣ ରାତିରେ ପାଠ ପଢ଼ୁଛନ୍ତି, ତା’ ହେଲେ ଆପଣଙ୍କର ସମୟକୁ ଏପରି ଭାବରେ ସ୍ଥିର କରନ୍ତୁ, ଯେପରି ଥରକେ ଆପଣଙ୍କ ନିଦ ଅତି କମ୍‌ରେ ୭ ଘଣ୍ଟା ପୂରା ହୋଇ ପାରୁଥିବ।

ମଝିରେ ମଝିରେ ଛାଡ଼ି ଛାଡ଼ି ପଢ଼ନ୍ତୁ: ଯେଉଁମାନେ ବିଳମ୍ବିତ ରାତିରେ ନ ଅଟକି ଅନେକ ଘଣ୍ଟା ଧରି ଅଧ୍ୟୟନ କରନ୍ତି, ସେମାନଙ୍କୁ ଜଲ୍‌ଦି ନିଦ ଆସିଥାଏ। ଏଥିପାଇଁ ଗୋଟିଏ ବ୍ୟବଧାନରେ ଦୁଇ ଘଣ୍ଟାରୁ ଅଧିକ ସମୟ ଅଧ୍ୟୟନ କରନ୍ତୁ ନାହିଁ। ଦୁଇ ଘଣ୍ଟା ପରେ କିଛି ସମୟ ଏଠି ସେଠି ଚଲାବୁଲା କରନ୍ତୁ। ହାଲୁକା ବ୍ୟାୟାମ ମଧ୍ୟ କରି ପାରିବେ। ଦୁଇ ଘଣ୍ଟାର ବ୍ୟବଧାନରେ ୧୦ରୁ ୧୫ ମିନିଟର ବିଶ୍ରାମ ଜରୁରୀ।

ମୁହଁକୁ ପାଣିରେ ଧୋଇ ଚାଲନ୍ତୁ: ରାତିରେ ପଢ଼ୁଥିବା ସମୟରେ ଯଦି ଆପଣଙ୍କୁ ନିଦ ଲାଗୁଛି, ତା’ ହେଲେ ମଝିରେ ମଝିରେ ମୁହଁକୁ ପାଣିରେ ଧୋଇ ଚାଲନ୍ତୁ। ଏହାଦ୍ୱାରା ନିଦ ଦୂର ହୋଇଯିବ। ଯେତେବେଳେ ନିଦ ଅଧିକ ଆପଣଙ୍କୁ ହଇରାଣ କରିବ, ତ ନିଜ ସହିତ ହିଁ କଥା ହୁଅନ୍ତୁ।

କଫି ପିଅନ୍ତୁ: ଯଦି ରାତିରେ ନିଦ ସମସ୍ୟା ସୃଷ୍ଟି କରୁଛି, ତା’ ହେଲେ ଚୁଇଙ୍ଗମ୍ ଚୋବାନ୍ତୁ। ଏହା ବ୍ୟତୀତ ଆପଣ କଫିର ସାହାଯ୍ୟ ମଧ୍ୟ ନେଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.