Below header

ବନ୍ଧାହେଲେ ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର, ୧୫ ଘଣ୍ଟାର ପଚରାଉଚରା ପରେ ଗିରଫ

ଗିରଫ ହେଲେ ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର। ୧୫ ଘଣ୍ଟାର ପଚରାଉଚରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଣା କପୁରଙ୍କୁ ଗିରଫ କରିଛି । ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରିଛି ଇଡି । ଭୋର ୪ଟାରେ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ କରିବା ପରେ ଅଧିକ ପଚରାଉଚରା ଲାଗି ମୁମ୍ବାଇ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଛି । ତାଙ୍କ ତିନି ଝିଅଙ୍କ ଘରେ ମଧ୍ୟ ଇଡି ଚଢାଉ କରିଛି । ୟେସ୍‌ ବ୍ୟାଙ୍କର ଏଭଳି ଦେବାଳିଆ ସ୍ଥିତି ପଛରେ କଣ ରହସ୍ୟ ରହିଛି, କେଉଁ ନେତାଙ୍କର ଏଥିରେ ହାତ ଅଛି, ଏ ସଂପର୍କରେ ରାଣା କପୁରଙ୍କୁ ପଚରାଉଚୁରା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.