Below header

୧୦୩ ବର୍ଷର ବର ସହ ୩୭ ବର୍ଷର କନ୍ୟା, ଯୌତୁକ ବାବଦରେ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଇଣ୍ଡୋନେସିଆରେ ଅନୁଷ୍ଠିତ ହୋଇଥିବା ଏକ ବିବାହକୁ ନେଇ ବିଭିନ୍ନ ସୋସିଆଲ ମିଡିଆରେ ଚର୍ଚ୍ଚା ବେଶ ଜୋର ଧରିଛି । ଏମିତିକି ଲୋକ ମାନେ ବି ଏହି ବିବାହକୁ ନେଇ ସ୍ୱର ଉଠାଇବା ଆରମ୍ଭ କରି ଦେଇଛନ୍ତି । ଆପଣ ହୁଏତ ଭାବୁଥିବେ ଏହି ବିବାହରେ ଏମିତି କଣ ଅଛି, ଯାହାକୁ ନେଇ ଲୋକେ ଏମିତି ପ୍ରତିକ୍ରିୟା ଦେଉଛନ୍ତି । ପ୍ରକୃତରେ ଇଣ୍ଡୋନେସିଆର ଏହି ବ୍ୟବସ୍ଥିତ ବିବାହଟି ଜଣେ ୧୦୩ ବର୍ଷୀୟ ବୃଦ୍ଧ ଓ ୩୭ ବର୍ଷୀୟ ଝିଅ ମଧ୍ୟରେ ହିଁ ହୋଇଛି । ସ୍ଥାନୀୟ ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ, ବର ପୁଆଙ୍ଗ ହେଉଛନ୍ତି ଜଣେ ଡଚ କର୍ନାଲ । ସେ ୧୯୪୫-୧୯୪୯ ଯୁଦ୍ଦରେ ବି ଭାଗ ନେଇଥିଲେ ।

indonesia

ବିବାହ କରିଥିବା ମହିଳା ଜଣଙ୍କ ଜଣେ ସମ୍ପର୍କୀୟ କହିଛନ୍ତିକି ପୁୱାଙ୍ଗଙ୍କ ପ୍ରକୃତ ବୟସ ବିଷୟରେ ସେମାନଙ୍କୁ ଆଗରୁ ଜଣାନଥିଲା । କିନ୍ତୁ ବିବାହ ସମୟରେ ସେମାନଙ୍କ ସନ୍ଦେହ ହୋଇଥିଲା ନିଶ୍ଚିତ ରୂପେ ତାଙ୍କ ବୟସ ୧୦୦ ରୁ ଅଧିକ ହୋଇଥିବ । କିନ୍ତୁ ବିବାହ ପରେ ଏକ ଖବର କାଗଜ ସଂସ୍ଥା ହିଁ ଏହି ଦମ୍ପତିଙ୍କ ପ୍ରକୃତ ବୟସ ବିଷୟରେ ସର୍ବସାଧାରଣଙ୍କୁ ଜଣାଇଥିଲେ । ବର, କନ୍ୟାଙ୍କ ପ୍ରକୃତ ବୟସ ଜାଣିବା ପରେ ପୂରା ଏସିଆ ମହାଦେଶରେ ଚର୍ଚ୍ଚା ଜୋର ଧରିଛି । ବିଭିନ୍ନ ସୋସିଆଲ ମିଡିଆରେ ଦୁହିଁଙ୍କ ବିବାହର ଭିଡିଓ ଭାଇରଲ ହେଉଥିବା ବେଳେ, ପୁଆଙ୍ଗ ଝିଅ ଘର ଲୋକଙ୍କୁ ଦେଇଥିବା ଯୌତୁକକୁ ବି ନେଇ ଚର୍ଚ୍ଚା ଜୋର ଧରିଛି ।

indonesia

ନିଜ ଠାରୁ ୬୬ ବର୍ଷର କମ ବୟସର କନ୍ୟାକୁ ବିବାହ କରିବା ପାଇଁ ପୁଆଙ୍ଗ ମାତ୍ର ୨୫ ହଜାର ଟଙ୍କା ସହ ମାତ୍ର ଗୋଟିଏ ସୁନା ମୁଦି ଦେଇଛନ୍ତି । ବିବାହ ପରେ ଦୁହେଁ ସାଉଥ ସୁଲାବେଶୀ ଠାରେ ଥିବା ପୁୱାଙ୍ଗଙ୍କ ପୈତୃକ ବାସ ଭବନରେ ରହୁଛନ୍ତି । ଖାଲି ପୁଆଙ୍ଗ କାହିଁକି ପୃଥିବୀରେ ଅଧିକ ବ୍ୟବଧାନରେ ବିବାହର ଅନେକ ଉଦାହରଣ ମାନ ଅଛି । ୨୦୧୭ରେ ଜଣେ ୭୬ ବର୍ଷୀୟ ଜଣେ ବ୍ୟକ୍ତି ଜଣେ ୧୬ ବର୍ଷୀୟ ଝିଅ ସହ ବିବାହର ଘଟଣା ସାମ୍ନାକୁ ଆସିଥିଲା । ଏହାର ଠିକ ପୂର୍ବ ବର୍ଷ ୨୦୧୬ ରେ ଜିମ୍ବାଵେର ଜଣେ ୭୦ ବର୍ଷୀୟ ବ୍ୟକ୍ତି ଜଣେ ୨୩ ବର୍ଷୀୟ ଯୁବତୀ ସହ ବିବାହର ଘଟଣାକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.