Below header

ଭୁଶୁଡ଼ିଲା କରୋନା ପୀଡ଼ିତ ଚିକିତ୍ସିତ ହେଉଥିବା କୋଠା, ଭିତରେ ଥିଲେ ୭୦ ରୋଗୀ

ଚୀନ୍‌ର ଫୁଜିୟାନ୍‌ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ ଅଘଟଣ ଘଟିଛି। ରିପୋର୍ଟ ମୁତାବକ କୁଆନ୍‌ଜୋ ସହର ସ୍ଥିତ ସିନ୍‌ଜିଆ ହୋଟେଲ ଶନିବାର ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ୭୦ ଜଣ ଲୋକ ମାଟି ତଳେ ପୋତି ହୋଇଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟମାନେ ଏବେ ବି ମାଟି ତଳେ ପୋତି ହୋଇ ରହିଛନ୍ତି।

china

ଘଟଣାସ୍ଥଳରେ ୧୪୭ ଜଣ ଉଦ୍ଧାରକାରୀଙ୍କୁ ପଠାଯାଇଛି। ଏଥିସହ ୧ ହଜାର ଦମକଳ ଗାଡ଼ି ଉଦ୍ଧାରକାର୍ଯ୍ୟରେ ଲାଗିପଡ଼ିଛନ୍ତି। ଡଗ୍‌ ସ୍କ୍ଵାର୍ଡ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି।

china3

ସୂଚନାନୁଯାୟୀ, ୮୦ କୋଠରୀ ବିଶିଷ୍ଟ ଏହି ହୋଟେଲରେ କରୋନା ଭାଇରସ୍‌ରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା ଚାଲିଥିଲା। ତେବେ ଦୁର୍ଘଟଣାରେ କେତେ ଜଣଙ୍କ ମୃତ୍ୟୁ ଘଟିଛି ସେ ନେଇ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ଚୀନ୍‌ର ଜଣେ ଅଧିକାରୀଙ୍କ ସୂଚନା ମୁତାବକ ଏହି ହୋଟେଲ ୨୦୧୮ ମସିହା ଜୁନ୍‌ ମାସରେ ଖୋଲିଥିଲା ଓ ଏବେ କରୋନା ପୀଡ଼ିତଙ୍କ ଚିକିତ୍ସା କରିବାରେ ବ୍ୟବହୃତ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.