Below header

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ଘୋଷଣା, ଆଜି ଦେଶର ସବୁ ବଡ ବଡ କୀର୍ତ୍ତିରାଜିରେ ମହିଳାଙ୍କୁ ଲାଗିବନି ପରିଦର୍ଶନ ଫି’

ନୂଆଦିଲ୍ଲୀ : ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଦେଶର ସବୁ ବଡ ବଡ କୀର୍ତ୍ତିରାଜିରେ ମହିଳାଙ୍କୁ ଲାଗିବନି ପରିଦର୍ଶନ ଫି’ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ଏହି ଘୋଷଣା କରିଛନ୍ତି । ଆର୍କିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ- ଏଏସ୍‌ଆଇ ଅଧିନରେ ଥିବା ଦେଶର ସମସ୍ତ କିର୍ତ୍ତିରାଜୀ, ମନ୍ଦିର, ଧର୍ମସ୍ଥଳରେ ଆଜି ମହିଳାଙ୍କ ପ୍ରବେଶ ନିଶୁଳ୍କ ରହିବ । ତେବେ ଆନ୍ତର୍ଜାତୀକ ମହିଳା ଦିବସ ପାଳନ ହେବାର ବହୁ ପୂର୍ବରୁ ଭାରତରେ ମହିଳାଙ୍କୁ ଦେବୀ ଭାବେ ମାନ୍ୟତା ଦିଆଯାଇଛି । ସେହି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ମୋଦୀ ନିଜର ସୋସିଆଲ ମିଡିଆକୁ ଆଜି ମହିଳାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିବା କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.