ବନ୍ଦ ହେବ ଡେବିଟ୍‌-କ୍ରେଡିଟ୍‌ କାର୍ଡରେ ମିଳୁଥିବା ଏହି ସୁବିଧା, ୧୬ ମାର୍ଚ୍ଚ ଯାଏଁ ଡେଡ୍‌ଲାଇନ୍‌

ଅନ୍‌ଲାଇନ୍‌ରେ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ଟ୍ରାନ୍‌ଜାକ୍ସନ୍‌ କରୁଥିବା ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା। ମାର୍ଚ୍ଚ ୧୬ ତାରିଖ ପରେ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡରେ କେତେକ ବିଶେଷ ସୁବିଧା ବନ୍ଦ ହେବାକୁ ଯାଉଛି। ରିପୋର୍ଟ ମୁତାବକ ଗତ କିଛି ଦିନ ତଳେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏକ ନୋଟିଫିକେସନ୍‌ ଜାରି କରିଥିଲା। ନୋଟିଫିକେସନ୍‌ ମୁତାବକ ୧୬ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡରେ ଅନ୍‌ଲାଇନ୍‌ ଟ୍ରାନ୍‌ଜାକ୍ସନ୍‌ କରିନଥିଲେ, ତାହା ବନ୍ଦ ହୋଇଯିବ।

 credit card

ଏଣୁ ସେବା ବନ୍ଦ ହେବା ନ ହେବାକୁ ଚାହୁଁଥିଲେ ୧୬ ତାରିଖ ପୂର୍ବରୁ କମ୍‌ ସେ କମ୍‌ ଥରେ ଅନ୍‌ଲାଇନ୍‌ କିମ୍ବା କଣ୍ଟାକ୍ଟଲେସ୍‌ରେ ଟ୍ରାନ୍‌ଜାକ୍ସନ୍‌ କରିଦିଅନ୍ତୁ। ସୂଚନାଯୋଗ୍ୟ ଯେ କଣ୍ଟାକ୍ଟଲେସ୍‌ ଟେକ୍ନୋଲୋଜି ସାହାଯ୍ୟରେ କାର୍ଡଧାରୀଙ୍କୁ ଟ୍ରାନ୍‌ଜାକ୍ସନ୍‌ ପାଇଁ କାର୍ଡ ସ୍ୱାଇପ୍‌ କରିବାର ଆବଶ୍ୟକତା ପଡ଼ିନଥାଏ।

Platinum-Debit-Card

ଏହା ବ୍ୟତୀତ ମାର୍ଚ୍ଚ ୧୬ରୁ ଡୋମେଷ୍ଟିକ୍‌, ଇଣ୍ଟରନ୍ୟାସନାଲ, ପିଓଏସ୍‌ ଟ୍ରାନ୍‌ଜାକ୍ସନ୍‌, ଏଟିଏମ୍‌ ଟ୍ରାନଜାକ୍ସନ୍‌ ଲିମିଟ୍‌ ଅନ୍‌/ଅଫ୍‌ କରିବାର ସୁବିଧା ମଧ୍ୟ ମିଳିବ। ରିଜର୍ଭ ବ୍ୟାଙ୍କ ତରଫରୁ ଏହି ସୁବିଧା ଅନ୍‌ଲାଇନ୍‌ ଫ୍ରଡ୍‌ ରୋକିବାକୁ କରାଯାଇଛି। ଏହା ମାଧ୍ୟମରେ ଗ୍ରାହକ ନିଜେ ନିଜ କାର୍ଡକୁ ବନ୍ଦ କିମ୍ବା ଚାଲୁ କରିପାରିବେ। ଏହା ବ୍ୟତୀତ କାର୍ଡର ଷ୍ଟାଟସ୍‌ରେ କୌଣସି ପରିବର୍ତ୍ତନ ହେଲେ କାର୍ଡଧାରୀ ଜାଣିପାରିବେ।

rbi

ସୂଚନାଯୋଗ୍ୟ ଯେ ଫ୍ରଡ୍‌ ରୋକିବା ପାଇଁ ଆରବିଆଇ ସମସ୍ତ ପ୍ରକାରର କାର୍ଡକୁ ପରିବର୍ତ୍ତନ କରିଛି। ଏଣୁ ମ୍ୟାଗ୍ନେଟିକ୍‌ ଷ୍ଟ୍ରାଇପ୍‌ଯୁକ୍ତ କାର୍ଡକୁ ଇଏମ୍‌ବି ଚିପ୍‌ଯୁକ୍ତ କାର୍ଡରେ ପରିବର୍ତ୍ତନ କରିବାକୁ କୁହାଯାଉଛି। ଏହାପରେ ବ୍ୟାଙ୍କ ଗ୍ରାହକଙ୍କ କାର୍ଡ ବଦଳାଇବା ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.