ଚାକିରିକୁ ନେଇ ଚିନ୍ତିତ ଥିଲେ ଯୁବକ, ସୁଇସାଇଡ ପାଇଁ ଗିଳି ଦେଲେ ୫୬ ଖଣ୍ଡ ସେଭିଂ ବ୍ଲେଡ

ଯୁବକଙ୍କ ପେଟରୁ ବାହାରିଲା ୫୬ ଖଣ୍ଡ ସେଭିଂ ବ୍ଲେଡ । ଚାକିରିକୁ ନେଇ ଟେନସନ ଥିଲେ । ତେଣୁ ଜୀବନ ହାରିବା ପାଇଁ ଏଭଳି ପଦକ୍ଷେପ ନେଇଥିଲେ । ରାଜସ୍ଥାନର ଜାଲୋରରେ ଘଟିଛି ଏଭଳି ଘଟଣା ।

ରାଜସ୍ଥାନର ଜାଲୋରରେ ୨୪ ବର୍ଷୀୟ ଜଲେ ଯୁବକଙ୍କ ପେଟରେ ୫୬ଖଣ୍ଡ ସେଭିଂ ବ୍ଲେଡ୍‌ ମିଳିଛି। ଯୁବକ ଜଣକ ସୁଇସାଇଡ କରିବା ପାଇଁ ଏଭଳି ପଦକ୍ଷେପ ନେଇଥିଲେ । ଚାକିରିକୁ ନେଇ ବହୁତ ଚିନ୍ତିତ ଥିଲେ ଯୁବକ । ପ୍ରାଇଭେଟ କମ୍ପାନୀରେ ଚାକିରି କରୁଥିଲେ । ଯୁବକଙ୍କ ପେଟ ଅସ୍ତ୍ରୋପଚାର କରିବା ପରେ ଡାକ୍ତର ୫୬ଟି ସେଭିଂ ବ୍ଲେଡ କାଢିଥିଲେ । ଏବେ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଛି ।

ଯୁବକ ଜଣକ ରକ୍ତ ବାନ୍ତି କରିବାକୁ ତାଙ୍କୁ ହସପିଟାଲକୁ ଅଣାଯାଇଥିଲା। ଏକ୍ସରେ ଯୁବକଙ୍କ ପେଟରେ ଅନେକ ସେଭିଂ ବ୍ଲେଡ ଥିବା ଡାକ୍ତର ଜାଣିବାକୁ ପାଇଥିଲେ । ଏହାପରେ ଡାକ୍ତର ଏଣ୍ଡୋସ୍କୋପି କରିବା ପରେ ଅପରେସନ କରିଥିଲେ । ଆଉ ୫୬ ସେଭିଂ ବ୍ଲେଡ ପାଇଥିଲେ । ଯୁବକ ଜଣକଙ୍କ ନାମ ୟଶପାଲ ରାଓ । ସେ ବାଲାଜୀ ନଗରରେ ତାଙ୍କର ୪ ଜଣ ସାଙ୍ଗଙ୍କ ସହିତ ରହୁଥିଲେ ।

ଗତ ରବିବାର ଦିନ ଯୁବକଙ୍କ ସାଙ୍ଗ ବାହାରକୁ ଚାଲିଯାଇଥିବା ବେଳେ ଯୁବକ ଜଣକ ୩ ପ୍ୟାକେଟ ସେଭିଂ ବ୍ଲେକୁ ଖାଇଦେଇଥିଲେ । କିଛି ସମୟ ପରେ ରକ୍ତ ବାନ୍ତି କରିବାକୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା । ତା’ ପରେ ସାଙ୍ଗକୁ ଫୋନ କରି ଡାକିଥିଲେ। ପରେ ସାଙ୍ଗମାନେ ଆସି ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଅନ୍ୟ ଏକ ହସପିଟାଲକୁ ରେଫର କରାଯାଇଥିଲା ।

ପ୍ରଥମେ ଏକ୍ସରେ ଏବଂ ସୋନୋଗ୍ରାଫି କରିବା ପରେ ପେଟରେ ବହୁତ ବ୍ଲେଡ ଥିବା ଡାକ୍ତର ଜାଣିବାକୁ ପାଇଥିଲେ । ତାଙ୍କ ଅପରେସନ କରାଯାଇ ୫୬ଖଣ୍ଡ ବ୍ଲେଡ ଡାକ୍ତର ବାହାର କରିଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ରହିଛି। ତେବେ ୭ ଜଣ ୩ ଘଣ୍ଟା ଲାଗି ଅପରେସନ କରିଥିଲେ । ୨୪ ବର୍ଷୀୟ ଯୁବକ ଜଣକ ଚାକିରିକୁ ନେଇ ଚିନ୍ତିତ ଥିଲେ । ତେଣୁ ଏଭଳି ପଦକ୍ଷେପ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.