Below header

ହତଭାଗା ପ୍ରେମିକ : ପ୍ରେମିକାଙ୍କୁ ବିବାହ କରିବା ବେଳେ ପହଞ୍ଚିଲେ ପୂର୍ବତନ ପ୍ରେମିକା, ଆଉ ତା’ ପରେ

ଆପଣ ଖବରଟି ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ଗୋଟିଏ ବିବାହ ମଣ୍ଡପରେ ବର ଏକ ଏବଂ କନ୍ୟା ଦୁଇ। ଏମିତି ଏକ ବିବାହ ପ୍ରୟାଗରାଜରେ ଦେଖିବାକୁ ମିଳିଛି । ଜଣେ ଯୁବକ ଗୋଟିଏ ଝିଅ ନୁହେଁ ବରଂ ଦୁଇଟି ଝିଅଙ୍କୁ ବିବାହ କରିଛନ୍ତି । ଏହି ଅନନ୍ୟ ବିବାହର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ବେଶ୍ ଚର୍ଚ୍ଚାରେ ରହିଛି ।

premika

ମିଳିଥିବା ସୂଚନା ଅନୁସାରେ ଯୁବକ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଯୁବତୀ ଜଣକ ଯୁବକଙ୍କୁ ବିବାହ ନ କଲେ ବିଷ ଖାଇ ଦେବେ ବୋଲି ଧମକ ଦେଉଥିଲେ । ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାଗରେ ଯୁବକ ଜଣକ ଯୁବତୀଙ୍କୁ ଚାପୁଡା ମାରିଥିଲେ । ଏହାପରେ ଯୁବତୀ ଜଣକ ଏହି କଥାକୁ ନେଇ ପୋଲିସରେ ଅଭିଯୋଗ କଲେ । ଏହି ଘଟଣାରେ ପୋଲିସ୍ ଯୁବକକୁ ଗିରଫ ମଧ୍ୟ କରିଥିଲା । ଯୁବକ ଜଣକ ନିଜ ଅଞ୍ଚଳରେ ଆଉ ଜଣେ ଯୁବତୀଙ୍କୁ ପୂର୍ବରୁ ପ୍ରେମ କରୁଥିଲେ । ପ୍ରାୟ ଚାରିଦିନ ପୂର୍ବରୁ ତାଙ୍କ ପ୍ରଥମ ପ୍ରେମିକା ଯୁବକଙ୍କୁ ଦ୍ବିତୀୟ ପ୍ରେମିକାଙ୍କ ସହ ଦେଖିଥିଲେ । ଏହାକୁ ନେଇ ବେଶ୍ ହଙ୍ଗାମା ହୋଇଥିଲା ।

ଯେତେବେଳେ ଯୁବକ ଜଣକ ତାଙ୍କ ନୂତନ ପ୍ରେମିକାକୁ ବିବାହ କରିବାକୁ ମନ୍ଦିରରେ ପହଞ୍ଚିଲେ, ସେଠାରେ ତାଙ୍କ ପୂର୍ବତନ ପ୍ରେମିକା ପହଞ୍ଚି ବେଶ୍ ଗଣ୍ଡଗୋଳ ହୋଇଥିଲା । ଶେଷରେ ହତଭାଗା ପ୍ରେମିକ ବାଧ୍ୟ ହୋଇ ସମସ୍ତଙ୍କ ସାମ୍ନାରେ ଦୁଇ ଯୁବତୀଙ୍କ ମଥାରେ ସିନ୍ଦୂର ଭରି ମଙ୍ଗଳ ସୂତ୍ର ପିନ୍ଧାଇ ବିବାହ କରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.