ମାତ୍ର ଦେଢ଼ ବର୍ଷ ବୟସରେ ଜୀବନ ସହ ସଂଗ୍ରାମ କରିଚାଲିଛି ଦିବ୍ୟରଞ୍ଜନ: ସମ୍ବଳ ନଥିବାରୁ ଈଶ୍ୱରଙ୍କ ଭରଷାରେ ବାପା, ମା’

ବେଙ୍ଗାଲୁରୁ: ଦୁନିଆକୁ ଜାଣିବା ପୂର୍ବରୁ ଦେଢ଼ ବର୍ଷର କୁନି ଶିଶୁ ଜୀବନ ମରଣ ସହ ଲଢ଼ୁଛି । ହୃଦଘାତ ଜନିତ ରୋଗରେ ପୀଡିତ କୁନି ଶିଶୁ ଦିବ୍ୟରଞ୍ଜନ । ଅର୍ଥ ଅଭାବ କାରଣରୁ ହୋଇପାରୁନି ଅପରେସନ । ଏପଟେ ପିତା ମାତା ଈଶ୍ୱରଙ୍କ ନିକଟରେ ଗୁହାରୀ କରିବା ସହ ପୁଅର ଅପରେସନ ପାଇଁ ସହଯୋଗ ଲୋଡିଛନ୍ତି ।

କେନ୍ଦୁଝର ଜିଲ୍ଲା ଘଷିପୁରା କେସୁଧରାପାଳ ଗ୍ରାମର ହରେକୃଷ୍ଣ ସେଠୀ ବେଙ୍ଗାଲୁରୁ ବୋମସନ୍ଧ୍ରା ରେ ଏକ ପ୍ଲାଷ୍ଟିକ କମ୍ପାନୀ ରେ କାର୍ଯ୍ୟକରନ୍ତି । ସେ ବେଙ୍ଗାଲୁରୁ ରେ ନିଜ ସ୍ତ୍ରୀ ରାମମଣୀ ଓ ଦେଢ଼ ବର୍ଷ ର ଶିଶୁ ଦିବ୍ୟ ରଞ୍ଜନଙ୍କ ସହ ଏକ ଭଡା ଘରେ ରହିଆସୁଛନ୍ତି । ଦିବ୍ୟରଞ୍ଜନ ଜନ୍ମ ହେବା ଠାରୁ ହୃଦଘାତ ଜନିତ ରୋଗରେ ପୀଡିତ ଅଛି ।

୧୧ ହଜାର ଟଙ୍କା ପାଉଥିବା ହରେକୃଷ୍ଣ କଷ୍ଟେ ମଷ୍ଟେ ପୁଅର ଚିକିତ୍ସା ସ୍ଥାନୀୟ ଏକ ମେଡିକାଲରେ କରୁଛନ୍ତି, କିନ୍ତୁ ଧାର ଉଦ୍ଧାର କରି ଏବେ ସୁଦ୍ଧା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଆସାରିଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ଅପରେସନ କରିବା ପାଇଁ କହିଛନ୍ତି । ଏହି ଅପରେସନରେ ପାଖା ପାଖି ୪ ଲକ୍ଷ ଟଙ୍କାର ଆବଶ୍ୟକ ଥିବା ବେଳେ ଅର୍ଥ ଅଭାବରୁ ହୋଇପାରିନି ଅପରେସନ । ଯାହା ଫଳରେ ଜୀବନ ମରଣ ସହ ଲଢ଼ୁଛି କୁନି ଶିଶୁ ଦିବ୍ୟରଞ୍ଜନ । ତେବେ ଘରର ସେମିତି କିଛି ସମ୍ବଳ ନଥିବାରୁ ଈଶ୍ୱରଙ୍କୁ ଭରଷା କରିଛନ୍ତି ହରେକୃଷ୍ଣ ଓ ରାମମଣୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.