Below header

ରଙ୍ଗ ରୁଟରେ ଯିବା ସମୟରେ ସ୍କୁଟି ସହିତ ଧକ୍କା ହେଲା ବାଇକ୍: ଜଣେ ମୃତ, ୩ ଗୁରୁତର

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଗୋଳାବନ୍ଧ ଛକ ନିକଟରେ ମଧ୍ୟ ରାତିରେ ବାଇକ୍ ସହ ଏକ ସ୍କୁଟି ଧକ୍କା ହେବାରୁ , ଘଟଣାସ୍ଥଳରେ ଜଣକର ମୃତ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହାତ ହୋଇଛନ୍ତି । ମୃତ ଜଣକ ହେଲେ ଶୁଆକାଠି ଗ୍ରାମର ଗୋବର୍ଦ୍ଧନ ମହାକୁଡ ।

ଘଟଗାଁ (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଗୋଳାବନ୍ଧ ଛକ ନିକଟରେ ମଧ୍ୟ ରାତିରେ ବାଇକ୍ ସହ ଏକ ସ୍କୁଟି ଧକ୍କା ହେବାରୁ , ଘଟଣାସ୍ଥଳରେ ଜଣକର ମୃତ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହାତ ହୋଇଛନ୍ତି । ମୃତ ଜଣକ ହେଲେ ଶୁଆକାଠି ଗ୍ରାମର ଗୋବର୍ଦ୍ଧନ ମହାକୁଡ ।

ଗୋବର୍ଦ୍ଧନ ମହାକୁଡ ତାଙ୍କର ସମ୍ପର୍କୀୟଙ୍କ ଘର ଗୋଳାବନ୍ଧ ଗ୍ରାମକୁ ଆସିଥିଲେ । କାହାର ଦେହ ଅସୁସ୍ଥ ଥିବାରୁ ସିଏ ସ୍କୁଟି ଯୋଗେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ରଙ୍ଗ ରୁଟରେ ଯାଉଥିବା ସମୟରେ ବିପରିତ ଦିଗରୁ ଆସୁଥିବା ଏକ ବାଇକ୍ ସହ ତାଙ୍କର ଧକ୍କା ହୋଇଥିଲା ।

ସ୍ଥାନୀୟ ଲୋକମାନେ ଉଦ୍ଧାର କରି ତାଙ୍କୁ  ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏପଟେ ତିନି ଆହାତଙ୍କୁ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି । ଘଟଗାଁ ସ୍ଥଳରେ ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.