Below header

୨୮ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ : ଆଜି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର (କେନ୍ଯୁଜ୍) : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ କର୍ମକର୍ତ୍ତାଙ୍କ ସହ ଆଜି ଆଲୋଚନା କରିବେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । ମଞ୍ଚର ବିଭିନ୍ନ ଦାବି ଉପରେ ଆଲୋଚନା ହେବ । ଚାକିରୀ ସର୍ତ୍ତାବଳୀ, ପୂର୍ଣ୍ଣ ଅନୁଦାନ ଓ ସପ୍ତମ ବେତନ କମିସନ ସୁପାରିସ ଭିତ୍ତିରେ ଦରମା ପ୍ରଦାନ ଆଦି ଦାବିରେ ବ୍ଳକ୍‌ ଗ୍ରାଣ୍ଟ ଅଧ୍ୟାପକ ଓ ଶିକ୍ଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଭୁବନେଶ୍ୱର ପରେ ଏବେ ବ୍ଲକ ସ୍ତରରେ ସେମାନେ ଆନ୍ଦୋଳନ ଚଳାଇଛନ୍ତି । ଆନ୍ଦୋଳନ ୨୮ ଦିନରେ ପହଞ୍ଚିଲାଣି । ହେଲେ ଏଯାଏଁ ଦାବି ପୂରଣ ହୋଇନାହିଁ । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଥିବା ବ୍ଲକ ଗ୍ରାଣ୍ଟ ସ୍କୁଲ ଓ କଲେଜରେ ଏବେ ପାଠପଢ଼ା ଠପ୍‌ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.