ଆସିପାରେ ’କୁଛ କୁଛ ହୋତା ହେ’ର ସିକ୍ୱେଲ, ଷ୍ଟାରକାଷ୍ଟ ଫାଇନାଲ

ସୁପରହିଟ୍ ଫିଲ୍ମ ’କୁଛ କୁଛ ହୋତା ହେ’ର ସ୍ୱିକେଲ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି କରନ୍ ଜୋହର । ଏହି ଫିଲ୍ମ ପାଇଁ ସେ ଷ୍ଟାରକାଷ୍ଟ ବି ଫାଇନାଲ କରିସାରିଛନ୍ତି । କୁଛ କୁଛ ହୋତା ହେ ଟୁରେ ସେ ଆଲିୟା, ରଣବୀର ଓ ଜାହ୍ନବୀଙ୍କୁ କାଷ୍ଟ୍ କରିବେ ବୋଲି ପ୍ଲାନିଂ ବି କରୁଛନ୍ତି । ନିକଟରେ ୧୦୪.୮ ଏଫଏମରେ ଚାଲିଥିବା କଲିଙ୍ଗ୍ କରନ୍ ସିଜନ୍ -ଟୁରେ ଜଣେ ଶ୍ରୋତା କରନଙ୍କୁ କୁଛ କୁଛ ହୋତା ହେର ରିମେକ୍ ବିଷୟରେ ପଚାରିଥିଲେ ।

ଏହା ସହ ପଢ଼ନ୍ତୁ : ରଣବୀରଙ୍କୁ ବିବାହ କରିବାକୁ ପ୍ରସ୍ତୁତ ଆଲିୟା : କଥାରେ କଥାରେ ପୁରା ପ୍ଲାନ୍ କହିଦେଲେ କରଣ ଜୋହର

karanଏହାର ଜବାବରେ କରନ୍ କହିଥିଲେ ସେ ଯଦି ଏହାର ସ୍ୱିକେଲ ନିର୍ମାଣ କରିବେ ତେବେ ରଣବୀର, ଆଲିୟା ଓ ଜାହ୍ନବୀଙ୍କୁ ଫିଲ୍ମରେ କାଷ୍ଟ୍ କରିବେ । ୧୯୯୮ରେ ରିଲିଜ ହୋଇଥିଲା ଫିଲ୍ମ କୁଛ୍ କୁଛ୍ ହୋତା ହେ । ବକ୍ସଅଫିସରେ ସୁପରଡୁପର ହିଟ୍ ହୋଇଥିଲା ଫିଲ୍ମ । ମୁଖ୍ୟ ଭୂମିକାରେ ଶାହରୁଖ, କାଜଲ ଓ ରାଣୀ ମୁଖାର୍ଜୀ ଅଭିନୟ କରିଥିଲେ । କରନ୍ ଜୋହର ଫିଲ୍ମର ପ୍ରଯୋଜନା ସହ ନିର୍ଦ୍ଦେଶନା ବି ଦେଇଥିଲେ ।

Leave A Reply

Your email address will not be published.