ଆଜି ଦିଲ୍ଲୀରେ ହେବ ମେକ୍ ଇନ୍ ଓଡ଼ିଶା ପାଇଁ ରୋଡ ସୋ : ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ଦିଲ୍ଲୀରେ ହେବ ମେକ୍ ଇନ୍ ଓଡ଼ିଶା ପାଇଁ ରୋଡ ସୋ । ମୌର୍ଯ୍ୟ ସେରେଟନ୍ ହୋଟେଲରେ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ସରିଛି । କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ପୁଞ୍ଜିନିବେଶ ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥାକୁ ସେ ଆମନ୍ତ୍ରଣ କରିବେ । ସେହିପରି ବହୁ ଶିଳ୍ପପତି ଓ ଷ୍ଟାର୍ଟ ଅପ୍ କଂପାନୀ ପ୍ରମୁଖ ଯୋଗ ଦେବେ । ଦିଲ୍ଲୀରେ ଅବସ୍ଥାପିତ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ରୋଡ ସୋରେ ଓଡ଼ିଶାରେ ନିବେଶ ସୁଯୋଗ ସମ୍ପର୍କରେ ଶିଳ୍ପପତିମାନଙ୍କୁ ଅବଗତ କରାଯିବ । ପୂର୍ବରୁ ବେଙ୍ଗାଳୁରୁ, ମୁମ୍ବାଇରେ ମେକ ଇନ ଓଡ଼ିଶା ପାଇଁ ରୋଡ ସୋ କରାଯାଇଥିଲା । ଆସନ୍ତା ୨୬ ତାରିଖରେ ଚେନ୍ନାଇରେ ରୋଡ ସୋ ହେବ । ଏହାପରେ ନଭେମ୍ବର ୧୧ରୁ ୧୫ ପର‌୍ୟ୍ୟନ୍ତ ମେକ ଇନ୍ ଓଡିଶା କନକ୍ଲେଭ୍ ଆୟୋଜିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.