Below header

ରାସ୍ତାକୁ ବାହାରିଲେ ଲୋକେ ପଢ଼ିବେ ସଚେତନତାର ବାର୍ତ୍ତା, କରୋନା ଠାରୁ ଦୂରେଇ ରୁହ

ବ୍ରହ୍ମପୁର (କେ ନ୍ୟୁଜ୍‌) : କରୋନାକୁ ନେଇ ସାରା ଦେଶରେଏବେ ଚାଲିଛି ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ । ଭିନ୍ନ ଭିନ୍ନ ଉପାୟରେ ନୂଆ ଢଙ୍ଗରେ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏବଂ ସ୍ୱେଚ୍ଛାସେବୀ ସଂଗଠନ ଲୋକଙ୍କୁ ସଚେତନ କରୁଛନ୍ତି । ଏଭଳି ସ୍ଥିତିରେ ଗଞ୍ଜାମ ବାସିନ୍ଦା ଲକଡାଉନକୁ କଡାକଡି ଭାବେ ପାଳନ କରୁଛନ୍ତି । ତଥାପି କିଛି ଲୋକ ଘର ବାହାରକୁ ଆସି ବୁଲାବୁଲି କରୁଛନ୍ତି । ତେଣୁ ଏହାର ପ୍ରତିକାର ପାଇଁ ବ୍ରହ୍ମପୁର ମହାନଗର ନରଗମ ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି । କରୋନା ଭାଇରସକୁ ନେଇ ରାସ୍ତାରେ ଚାଲିଛି ଚିତ୍ରଅଙ୍କା ।

5

ଗଞ୍ଜାମ ଜିଲ୍ଲା ଚିତ୍ରକର ସଂଘ ପକ୍ଷରୁ ରାସ୍ତା ଉପରେ ଚିତ୍ର ଅଙ୍କନ ସହ ସଚେତନତାର ବାର୍ତ୍ତା ଦିଆଯାଉଛି । ରାସ୍ତାକୁ ବାହାରିଲେ ପ୍ରଥମେ ଏଇ ଲେଖା ଓ ଚିତ୍ର ଉପରେ ଲୋକଙ୍କ ନଜର ପଡ଼ିବ ଏବଂ ଲୋକେ ସଚେତନ ହେବେ ବୋଲି ଆଶା ରଖିଛି ବିଏମସି ଓ ଗଞ୍ଜାମ ଜିଲ୍ଲା ଚିତ୍ରକର ସଂଘ ।

3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.