ବିଶ୍ୱରେ ୪୭ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ୨୦୩ଟି ଦେଶରେ ୯. ୩୫ ଲକ୍ଷ ଜଣ ଆକ୍ରାନ୍ତ

ବିଶ୍ୱରେ ୪୭ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା । ୨୦୩ଟି ଦେଶରେ ଏଯାଏ ୯. ୩୫ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧ ଲକ୍ଷ ୯୪ ହଜାର ଲୋକ ସୁସ୍ଥ ହୋଇ ଫେରିଛନ୍ତି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକରେ ପହଞ୍ଚିଛି । ଏହି ମହାମାରୀ କବଳରେ ଆକ୍ରାନ୍ତ ହୋଇଛନ୍ତି ୨ଲକ୍ଷ ୧୫ ହଜାରରୁ ଅଧିକ ଲୋକ । ସେହିପରି ୫ ହଜାରରୁ ଅଧିକ ଆକ୍ରାନ୍ତଙ୍କ ଜୀବନ ଗଲାଣି । ଗୋଟିଏ ଦିନରେ ସର୍ବାଧିକ ୧ହଜାର ୪୯ଜଣଙ୍କ ମୃତ୍ୟୁ ହୋଇଛି ।

Unprecedented': US prepares for possible coronavirus pandemic as ...

ଇଟାଲିରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାରରେ ପହଞ୍ଚିଛି । ଇଟାଲୀରେ ଗୋଟିଏ ଦିନରେ ଗୋଟିଏ ୭୨୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୩ହଜାର ୧୫୫ଜଣଙ୍କ ମୃତ୍ୟୁ ହୋଇଛି। ସ୍ପେନ୍‌ରେ ଗୋଟିଏ ଦିନରେ ୯୨୩ ଜଣଙ୍କ ମୃତ୍ୟୁ ହୋଇଛି। ଏଠାରେ ୯ହଜାର ୩୮୭ରେ ପହଞ୍ଚିଛି ମୋଟ ମୃତ୍ୟୁ ସଂଖ୍ୟା। ଚୀନ୍‌ରେ ୩୩୧୨, ଫ୍ରାନ୍ସରେ ୪୦୩୨ ଓ ଇରାନ୍‌ରେ ୩ହଜାର ୩୬ଜଣଙ୍କ ଜୀବନ ନେଇଛି ଏହି ମାରାତ୍ମକ ଭାଇରସ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.