Below header

ମଲା ଲୋକ ସହ ଜୀଇଲା ଲୋକ ବି ଗଲେ ଶବାଗାର : କ୍ୟାପିଟାଲ ହସପିଟାଲ୍‌ କାରନାମା !

ଭୁବନେଶ୍ୱର (କେନ୍ୟୁଜ୍‌) : ଜୀବିତ ଥିଲେ । ହେଲେ ଡାକ୍ତର ମୃତ ଘୋଷଣା କଲା ପରେ ବ୍ୟକ୍ତି ଜଣଙ୍କୁ ଶବାଗାରରେ ରଖି ଦିଆଗଲା । ତେବେ ପରିବାର ଲୋକେ ସେ ବଞ୍ଚିଥିବା ଜାଣିବାକୁ ପାଇବା ପରେ ପୁଣି ଖୋଲିଲା ଶବାଗାର ଓ ଜୀବିତ ବ୍ୟକ୍ତିଙ୍କୁ ଡାକ୍ତରଙ୍କ ପାଖକୁ ଅଣାଗଲା । କିନ୍ତୁ ଭାଗ୍ୟର ଖେଳ ଏଇଆ ଥିଲା ଯେ ଡାକ୍ତର ତାଙ୍କୁ ବଞ୍ଚାଇ ପାରିଲେ ନାହିଁ । ଏଭଳି ଏକ ଘଟଣା ରବିବାର ଦିନ ଘଟିଛି ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ । ଖୋର୍ଦ୍ଧା ଜିଲ୍ଲା ରେତଙ୍ଗ ବ୍ରହ୍ମକୁଣ୍ଡଳ ଗାଁର ମନୋଜ ଜେନା ଓ ହର ପ୍ରସାଦ ଜେନାଙ୍କୁ ଘରେ କାମ କଲା ବେଳେ ବିଦ୍ୟୁତ୍‌ ଆଘାତ ଲାଗିଥିଲା । ସେମାନଙ୍କୁ ଅପରାହ୍ନରେ ପରିବାର ଲୋକେ ଆଣି କ୍ୟାପିଟାଲ ହସପିଟାଲରେ ପହଞ୍ଚିଲା ବେଳକୁ ଉଭୟଙ୍କ ମୃତ୍ୟୁ ହୋଇ ସାରିଛି ବୋଲି ଡାକ୍ତର କହିଲେ । ତେଣୁ ଦୁଇ ଜଣଙ୍କୁ ଶବଗାରକୁ ପଠାଇ ଦିଆଯାଇଥିଲା । ତେବେ ହରପ୍ରସାଦଙ୍କ ଦେହରେ ଜୀବନ ଅଛି ବୋଲି ପରିବାର ଲୋକେ ଜାଣିବାକୁ ପାଇଲେ । ତେଣୁ ତୁରନ୍ତ ତାଙ୍କୁ ପୁଣି ଡାକ୍ତରଙ୍କ ପାଖକୁ ନେଇ ଆସିଥିଲେ । କିନ୍ତୁ ଆଉ ଆୟୁଷ ନଥିଲା ବୋଧେ । ହରଙ୍କୁ ବଞ୍ଚାଇ ହେଲାନି । ଉଭୟ ମନୋଜ ଓ ହରଙ୍କର ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ହେଉଛି, ଡାକ୍ତର ଯଦି ଠିକ୍‌ ଭାବେ ପରୀକ୍ଷା କରିଥାନ୍ତେ ତେବେ ହର ପ୍ରସାଦଙ୍କୁ ଅନ୍ତତଃ ବଞ୍ଚାଇ ହୋଇଥାନ୍ତା । ଏହି ଘଟଣାକୁ ନେଇ କ୍ୟାପିଟାଲ ହସପିଟାଲରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.