Below header

କାଲି ତୃତୀୟ ଶ୍ରାବଣ ସୋମବାର : ଶୈବ ପୀଠକୁ ଛୁଟିଛି କାଉଡ଼ିଆଙ୍କ ଧାଡ଼ି

ଭୁବନେଶ୍ୱର (କେନ୍ୟୁଜ୍‌) : ଆସନ୍ତାକାଲି ତୃତୀୟ ଶ୍ରାବଣ ସୋମବାର । ରାଜଧାନୀ ରାଜରାସ୍ତାରେ କାଉଡ଼ିଆଙ୍କ ଧାଡ଼ି ଲାଗିଛି । ବିଭିନ୍ନ ଶୈବ ପୀଠରେ ଜଳାଭିଷେକ କରି ମାନସିକ ପୂରଣ କରିବାକୁ ପୁରୁଷ ଓ ମହିଳା କାଉଡ଼ିଆ କାନ୍ଧରେ ଜଳଭାର ଧରି ଚାଲିଛନ୍ତି । ବୋଲବମ୍‌ ହରହର ବମ୍‌, ଜଟିଆ ବାବା ପାର କରେଗା ଧ୍ୱନି ଦେଇ ଚାଲିଛନ୍ତି ଭକ୍ତ । ଖାଲି ପାଦରେ ଜଳ ଭାର କାନ୍ଧେଇ ଆଗେଇ ଚାଲିଛନ୍ତି ଶୈବ ପୀଠକୁ । କିଏ ଲିଙ୍ଗରାଜ ମନ୍ଦିରକୁ ତ କିଏ ପୁରୀ ଲୋକନାଥ ଅବା ଶରଣକୁଳ ଲଡୁବାବାଙ୍କ ପାଖକୁ ଛୁଟିଛନ୍ତି ।

KAUDIAଏମାନଙ୍କ ମଧ୍ୟରୁ ଅଧିକାଂଶ କଟକ ଗଡ଼ଗଡ଼ିଆ ଘାଟରେ ପୂଜାର୍ଚ୍ଚନା କରି ଜଳଭାର ସହିତ ବାହାରିଛନ୍ତି । ତେବେ ଦୂରଦୂରାନ୍ତକୁ ଯାଉଥିବା ଭକ୍ତମାନେ ଦାଇ ତିନି ଦିନ ଆଗରୁ ବାହାରି ଆସନ୍ତି । କାଉଡ଼ିଆମାନେ ସାଧାରଣତଃ ରାତିରେ ହିଁ ଚାଲି ଚାଲି ଯାଇଥାନ୍ତି । ଦୂରକୁ ଯାଉଥିବା ବୋଲବମ୍‌ ଭକ୍ତ ଦିନରେ ବିଶ୍ରାମ ନିଅନ୍ତି । ସେମାନଙ୍କ ପାଇଁ ରାସ୍ତାକଡ଼ରେ ବିଭିନ୍ନ ବଦାନ୍ୟ ବ୍ୟକ୍ତି ଓ ଦାତାଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶୁଦ୍ଧ ଶାକାହାରୀ ଭୋଜନ ସାଙ୍ଗକୁ କିଛି ଜାଗାରେ ପାଦ ମାଲିସ୍‌ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.