Below header

‘ଫନି’ ଆୟୁ ଥିଲା ୧୧ ଦିନ, ବଙ୍ଗୋପସାଗରରେ ସବୁଠାରୁ ଦୀର୍ଘତମ ବାତ୍ୟା

ଫନି ଥିଲା ସବୁଠାରୁ ଦୀର୍ଘତମ ବାତ୍ୟା । ବଙ୍ଗୋପସାଗର ସାଗରରେ ଏଭଳି ଦୀର୍ଘତମ ବାତ୍ୟା ଆଗରୁ କେବେ ସୃଷ୍ଟି ହୋଇ ନଥିଲା । ଏହି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ । ବାତ୍ୟା ଫନି ଦୀର୍ଘ ୧୧ ଦିନ ରହିଥିଲା । ସମୁଦ୍ରରେ ସୃ୍‌ଷ୍ଟି ହେବା ଠାରୁ ଲ୍ୟାଣ୍ଡଫଲ୍‌ କରି ବିଦାୟ ନେବା ଯାଏ ଦୀର୍ଘ ୧୧ ଦିନ ଧରି ରହିଥିଲା ଏହି ବାତ୍ୟା । ତେବେ ପ୍ରାକ୍‌-ମୌସୁମୀ ସମୟ ଏପ୍ରିଲ ମାସରେ ଏହି ବାତ୍ୟା ସୃଷ୍ଟି ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ପାଣିପାଗ ବିଜ୍ଞାନୀମାନେ ପ୍ରଥମେ ଫନିକୁ ଇସେ୍ରା ସାଟେଲାଇଟ୍‌ ଜରିଆରେ ଅନୁସରଣ କରିଥିଲେ । ଏଥିରୁ ତାର ନିର୍ଦ୍ଦିଷ୍ଟ ଗତିବିଧି ଏବଂ ଏହା କେତେ ଘନୀଭୂତ ହେଉଛି ସେକଥା ଜଣାପଡ଼ିଥିଲା । ଏମିତିକି ବାତ୍ୟା କେଉଁ ଦିଗକୁ ଯାଉଛି ସେକଥା ମଧ୍ୟ ସ୍ପଷ୍ଟ ହୋଇଥିଲା । ଯେତେବେଳେ ଜଣାପଡ଼ିଲା ଯେ ବାତ୍ୟା ଫନି ଭୟଙ୍କର ରୂପ ନେଉଛି ସେତେବେଳେ ବିପର୍ଯ୍ୟୟ ପ୍ରଶମନ ଏବଂ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଜଣାଇ ଦିଆଯାଇଥିଲା । ପୁଣି ପ୍ରଭାବିତ ହେବାକୁ ଥିବା ଜିଲ୍ଲା ପ୍ରଶାସନକୁ ମଧ୍ୟ ଜଣାଇ ଦିଆଯାଇଥିଲା । ଏହା ସହିତ ପାରାଦୀପ ଓ ଗୋପାଳପୁର ସମେତ ୫ଟି ଡପଲର ରାଡାର୍‌ ଫନି ଉପରେ ନଜର ରଖିଥିଲେ । ଲଗାତର ନଜର ରଖିବା ଫଳରେ ଏପ୍ରିଲ ୩୦ ତାରିଖ ଦିନ ସ୍ପଷ୍ଟ ହୋଇଥିଲା ଯେ ବାତ୍ୟା ଓଡ଼ିଶା ବା ପୁରୀରେ ଲ୍ୟାଣ୍ଡଫଲ୍‌ କରିବ ବୋଲି । ତା ପୂର୍ବରୁ ଏହାର ଗତିବିଧି ଏଭଳି ଅନିଶ୍ଚିତ ଥିଲା ଯେ ଜଣା ପଡୁନଥିଲା କେଉଁଠି ଲ୍ୟାଣ୍ଡଫଲ୍‌ ହେବ । ୧୨୮ ବର୍ଷ ଭିତରେ ଦ୍ୱିତୀୟ ଥର ଏଭଳି ଭୟଙ୍କର ବାତ୍ୟା ଏପ୍ରିଲ ମାସରେ ଆସିଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ କେ.ଜେ. ରମେଶ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.