ଯାଜପୁର : ଫନି କ୍ଷୟକ୍ଷତି ଆକଳନ ବେଳେ ମହିଳା ଆର୍‌.ଆଇଙ୍କୁ ଆକ୍ରମଣ, ସହଯୋଗୀଙ୍କୁ ଗଛରେ ବାନ୍ଧି ପକାଇଲେ

ଯାଜପୁର ଟାଉନ୍‌ (କେ ନ୍ୟୁଜ୍‌) : ଫନି କ୍ଷୟକ୍ଷତି ଆକଳନ ବେଳେ ଆର୍‌.ଆଇଙ୍କୁ ଆକ୍ରମଣ। ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ ପ୍ରୀତିପୁର

RI-2ଗାଁକୁ ଆର୍‌.ଆଇ ଏବଂ ତାଙ୍କ ସହଯୋଗୀ କର୍ମଚାରୀ ଫନି ବାତ୍ୟାର କ୍ଷୟକ୍ଷତି ଆକଳନ ପାଇଁ ଯାଇଥିଲେ । ତେବେ ସେଠାରେ କିଛି ଦୁର୍ବୃତ୍ତ ମହିଳା ଆର୍‌.ଆଇଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ତାଙ୍କ ସହଯୋଗୀଙ୍କୁ ଗଛରେ ବାନ୍ଧି ପକାଇଥିଲେ ।
ଘଟଣା ଜଣାପଡ଼ିବା ପରେ ଆର୍‌.ଆଇ ସଂଘ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ପୁଣି ବାତ୍ୟା କ୍ଷୟକ୍ଷତି ଆକଳନ ବେଳେ ସେମାନଙ୍କୁ ପୋଲିସ୍‌ ସୁରକ୍ଷା ଦେବାକୁ ଦାବି କରିଛନ୍ତି । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.