Below header

ନାବାଳିକା ଝିଅକୁ ଟେକିନେଲେ ଦୁଇ ଭାଇ, ଘରେ ରଖି କଲେ ଦୁଷ୍କର୍ମ

ମହାକାଳପଡା (କେନ୍ୟୁଜ) : ନବମ ଶ୍ରେଣୀ ଝିଅକୁ ଦୁଷ୍କର୍ମ। ଭୋଗ ଦେବାକୁ ଯାଇଥିବା ନାବାଳିକାକୁ ଟେକିନେଲେ ଦୁଇଭାଇ। ଘରେ ରଖି କଲେ ଦୁଷ୍କର୍ମ। ଏ ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ବି ଦେଲେ। ଆଉ ମୁହଁ ବନ୍ଦ କରି ରଖିବାକୁ ହାତରେ ଦେଇଦେଲେ ୫୦୦ ଟଙ୍କା। ଏବେ ଝିଅ ପଡିଛି ହସ୍ପିଟାଲରେ। ନାବାଳିକା ଝିଅର ଅବସ୍ଥା ଦେଖି ଗୁମୁରୀ ଗୁମୁରୀ କାନ୍ଦୁଛି ମାଆ। ଏମିତି ଏକ ଅଭାବନୀୟ ଓ ଲଜ୍ଜାଜନକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅଞ୍ଚଳରେ।

୧୫ ବର୍ଷୀୟା ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରାଯାଇଥିବା ନେଇ ମହାକାଳପଡ଼ା ଥାନାରେ ଅଭିଯୋଗ ହୋଇଛି । ସମ୍ପୃକ୍ତା ନାବାଳିକାଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ ୨ ଯୁବକ ତାଙ୍କ ନିବାଳିକା ଝିଅକୁ ବଳପୃର୍ବକ ଟେକି ନେଇ ଦୁଷ୍କର୍ମ କରିଥିଲେ । ଏ କଥା କାହାରିକୁ ଜଣାଇଲେ ଜୀବନରେ ମାରିଦେବେ ବୋଲି ଧମକ ଦେବା ସହିତ ୫ ଶହ ଟଙ୍କା ଦେଇ ଝିଅର ମୁହଁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ତେବେ କୌଣସି ସୂତ୍ରରୁ ଖବରପାଇ ନାବାଳିକାର ଓ ମାମୁଁ ଙ୍କ ଘର ନିକଟରେ ପଂହଁଚି ଝିଅକୁ ଡାକ ପକାଇବାରୁ ଝିଅଟି ଚିତ୍କାର କରିଥିଲା। ଯାହାପରେ ଯୁବକ ଦୁଇ ଜଣ ସମ୍ପୃକ୍ତା ନାବାଳିକାକୁ ଛାତ ଉପରୁ ତଳକୁ ଠେଲି ଦେଇଥିଲେ । ମୁମୁର୍ଷୁ ଅବସ୍ଥାରେ ପୀଡିତାଙ୍କ ବାପା ଏବଂ ମାମୂଁ ଧାନ ବସ୍ତା ପାଖରୁ ଝିଅଟିକୁ ଉଦ୍ଧାର କଲେ।

ନାବାଳିକା ଝିଅକୁ ଉଦ୍ଧାର କରିବାକୁ ଯାଇଥିବା ବାପା, ମାଆ ଓ ସମ୍ପୃକ୍ତା ନାବାଳିକାକୁ ସେମାନେ ମାଡ଼ ମଧ୍ୟ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ପୀଡିତାଙ୍କ ପରିବାର । ନାବାଳିକା ଜଣକ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଘଟଣା ସମ୍ପର୍କରେ ନାବାଳିକାଙ୍କ ପିତା ଥାନାରେ ଲିଖିତ ଏତଲା ଦେଇଛନ୍ତି । ତେବେ ପୀଡିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଜମି ବାଡିକୁ କେନ୍ଦ୍ର କରି ତାଙ୍କ ଝିଅ ସହିତ ଏମିତି କରାଯାଇଛି। କିନ୍ତୁ ଏଯାବତ୍‌ ଏ ଅଭିଯୋଗକୁ ନେଇ ଅପରପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ପୁଲିସ ଏତଲାକୁ ଆଧାର କରି ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.